?????

ପୁଣି ବଢ଼ିଲା ଲକଡାଉନ୍, ଏଣିକି ପୂର୍ବାହ୍ନ 11ଟା ସୁଦ୍ଧା ପରିବା ଓ ଗ୍ରୋସରୀ ଦୋକାନ ବନ୍ଦ ହେବ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ରାଜ୍ୟ ସରକାର ଲକଡାଉନ ଅବଧିକୁ ବଢ଼ାଇଛନ୍ତି। ତେଣୁ ବୁଧବାର (ମେ 19)ରେ ଶେଷ ହେବାକୁ ଥିବା ଲକଡାଉନର ଅବଧିକୁ ମାସ ଶେଷ ଯାଏ ବଢ଼ାଇଛନ୍ତି ସରକାର। ମେ 5ରେ ପ୍ରଥମେ ଏହି ଲକଡାଉନ ଅବଧି 19 ତାରିଖ ଯାଏ ଲାଗୁ କରିଥିଲେ ସରକାର। ଲକଡାଉନ ଅବଧି ବଢ଼ିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

ସେହିପରି ସପ୍ତାହନ୍ତ ଶଟଡାଉନ ନିୟମ ଜାରି ରହିଛି। ହେଲେ ପ୍ରତିଦିନ ସକାଳ 7ରୁ 12 ଯାଏ ପନିପରିବା କିଣିବା ନେଇ ଯେଉଁ ନିୟମ ଥିଲା ସେଥିରେ ଆଉ ଟିକିଏ ଅଙ୍କୁଶ ଲଗାଇଛନ୍ତି। ଏଣିକି ସକାଳ 7ରୁ ଦିନ 11 ଯାଏ ଦୋକନା ଖୋଲି ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିପରି ଆଉ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି ସରକାର। ଏଣିକି ବାହାଘରରେ 50 ବଦଳରେ 25 ଜଣ ରହିପାରିବେ। ବର, କନ୍ୟା, ପୂଜକ ଓ ବାଜାବାଲାଙ୍କୁ ମିଶାଇ ମୋଟ 25 ଜଣ ଉପସ୍ଥିତ ରହିପାରିବେ। ଆଉ ବ୍ରତଘର ଓ ଶୁଦ୍ଧି କାର୍ଯ୍ୟରେ ସର୍ବାଧିକ 20 ଜଣ ଉପସ୍ଥିତ ରହିପାରିବେ। ପୂର୍ବରୁ ଶୁଦ୍ଧି କାର୍ଯ୍ୟରେ ସମାନ ନିୟମ ରହିଥିଲା। ରାଜ୍ୟରେ ଜାରି ରହିଥିବା ଲକଡାଉନ୍ ପାଇଁ ଏବେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ତେଣୁ ଲକଡାଉନ ନିଷ୍ପତ୍ତିକୁ ଆଉ ଥରେ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ସବୁ ଦୋକାନ ଖୋଲା ରହିବ

ସକାଳ 5ଟାରୁ 8ଟା ଯାଏ ଖବର କାଗଜ ବିତରଣ ଅନୁମତି। ଇଲେକ୍ଟ୍ରି, ଇଲେକ୍ଟ୍ରୋନିକ୍ସ, ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ, ଏସି, କୁଲର, ଓ୍ୱାଟର ପ୍ୟୁରିଫାୟର ଦୋକାନ ଖୋଲା ରହିବ। କମ୍ପ୍ୟୁଟର, ମୋବାଇଲ ମରାମତି ଦୋକାନ, ସିମେଣ୍ଟ, ରଡ୍, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ଖୋଲା ରହିବ। କେବଳ କ୍ଷୀର ବିକିବାକୁ ଓମଫେଡ ଦୋକାନ ଖୋଲା ରହିବ।

Related Articles

Leave a Reply

Back to top button
error: Content is protected !!