?????

ଲୁହରେ ଭିଜିଲା ଝାରସୁଗୁଡ଼ା, ଜୁଇରେ ଜୁଳିଗଲେ ଜନପ୍ରିୟ ନେତା

ଝାରସୁଗୁଡା: ଲୁହରେ ଭିଜିଲା ଝାରସୁଗୁଡା। ଜୁଇରେ ଜଳିଲେ ଜିଲ୍ଲାର ପ୍ରିୟ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଝାରସୁଗୁଡାର ଖେରୁଆଲରେ ଆଜି ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ବିଶାଲ ଦାସ ମୁଖାଗ୍ନି ଦେଇଥିଲେ। ଏହାପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ତୋପ ସଲାମି ସହିତ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ଜିଲ୍ଲା ତଥା ରାଜ୍ୟର ଏହି ଚିହ୍ନା ଚେହେରାକୁ ଶେଷ ବିଦାୟୀ ଦେବାକୁ ଶ୍ମଶାନ ଘାଟରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ନବଦାସଙ୍କ ପରିବାର ବର୍ଗ, ଶୁଭେଚ୍ଛୁ, ଦଳମତ ନିର୍ବିଶେଷରେ ପଶ୍ଚିମ ଓଡ଼ିଶାର ନେତା, ବରିଷ୍ଠ ଆଇଏଏସ, ଆଇପିଏସଙ୍କ ସମେତ ଛୋଟ ଛୁଆଠୁ ବୃଦ୍ଧ। ପୁଅ ବିଶାଲ ଦାସ ମୁଖାଗ୍ନି ଦେବା ପରେ ନିଜ ପ୍ରିୟ ନେତାଙ୍କୁ ଅଶ୍ରୁଭିଜା ବିଦାୟ ଦେବା ସହିତ ନବ ଦାସ ଅମର ରହେ ନାରାରେ ସ୍ଥାନୀୟ ଅଞ୍ଚଳରେ ପ୍ରକମ୍ପିତ ହୋଇଥିଲା।

ଆଜି ସକାଳ 11ଟା ସମୟରେ ଭୁବନେଶ୍ୱରରୁ ଝାରସୁଗୁଡାକୁ ଅଣାଯାଇଥିଲା ନବ ଦାସଙ୍କ ପ୍ରାର୍ଥିବ ଶରୀର। ଏହାପରେ ରାସ୍ତାରେ ଶୋଭାଯାତ୍ରା ଜରିଆରେ ମନ୍ତ୍ରୀଙ୍କ ମର ଶରୀର ଯାଇଥିଲା ବାସ ଭବନ। ନିଜ ନେତାଙ୍କୁ ବିଦାୟୀ ଦେବାକୁ ରାସ୍ତା ପାର୍ଶ୍ବରେ ପ୍ରବଳ ଜନସମାଗମ ହୋଇଥିଲା। ଆଉ ଛକ ଛକରେ ନବ ଦାସଙ୍କ ସ୍ମୃତି ଚାରଣ କରିବାକୁ ଯାଇ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।

ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଓଡ଼ିଶା ବିଧାନସଭାକୁ ନିଆଯାଇଥିଲା ଯେଉଁଠାରେ ଅନେକ ଦଳର ନେତା ଓଡିଶା ନେତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଏହା ପରେ ତାଙ୍କ ମୃତଦେହ ସୋମବାର ସକାଳେ ବିଜେଡି କାର୍ଯ୍ୟାଳୟକୁ ନେବା ପୂର୍ବରୁ ତାଙ୍କ ସରକାରୀ କ୍ୱାର୍ଟରକୁ ନିଆଯାଇଥିଲା। ଯେଉଁଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ମୃତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 

Related Articles

Leave a Reply

Back to top button
error: Content is protected !!