?????
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼
ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼। ଆଜି ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଏହି ଗୁଳିମାଡ଼ ହୋଇଛି। ତାଙ୍କ ଛାତିରେ ଗୁଳି ବାଜିଥିବା ସୂଚନା ମିଳିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ନବ ଦାସଙ୍କୁ ସ୍ଥାନୀୟ ଫାଣ୍ଡିର ଅଧିକାରୀ ଗୋପାଳ ଦାସ ଗୁଳିମାଡ଼ କରିଛନ୍ତି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏଏସଆଇ ଗୋପାଳ ଦାସ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ବ୍ରଜରାଜନଗର SDPO ସୂଚନା ଦେଇଛନ୍ତି। ଗାନ୍ଧି ଛକ ପୋଲିସ୍ ଆଉଟପୋଷ୍ଟରେ ASI ଗୋପାଳ ଦାସ କାର୍ଯ୍ୟ କରନ୍ତି।