?????

ଝାରସୁଗୁଡା ଉପକାରାଗାରରେ ପୁଣି ଜଣେ କଏଦୀର ମୃତ୍ୟୁ

ଝାରସୁଗୁଡା: ନିକଟରେ ଭିସେରା ରିପୋର୍ଟ ଚୋରିକୁ ନେଇ ଚର୍ଚ୍ଚାରେ ଥିଲା ଝାରସୁଗୁଡା। ଏବେ ଜଣେ କଏଦୀଙ୍କର ଉପକାରଗାରରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକ ଜଣଙ୍କ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲି (42) ବୋଲି ଜଣାପଡିଛି। ତାଙ୍କ ଘର ଲାଇକେରା ଥାନା କେନ୍ଦୁଡିହି ଜଙ୍ଗଲି ପଡ଼ା ଗ୍ରାମର। ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରିବା ମାମଲାରେ ଆଜୀବନ ସଜା ଭୋଗୁଥିଲା।  28. ସେପ୍ଟେମ୍ବର 2021ରେ ଆଜୀବନ ସଜା ସେ କାଟୁଥିଲେ। ଏହାରି ଭିତରେ କିନ୍ତୁ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରିରେ ୨ଟା ୩୦ ବେଳକୁ ଜଙ୍ଗଲିର ଶରୀର କମ୍ପି ଉଠିଥିଲା। ଏହାପରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର ୪ଟା ବେଳେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଝାରସୁଗୁଡା ଉପକାରାଗର ଏବେ ଚର୍ଚ୍ଚାରେ ରହିଛି । କିଛିଦିନ ତଳେ ଜଣେ କଏଦୀ ଆତ୍ମହତ୍ୟା କରିଥିଲା। ପୂର୍ବରୁ ଜଣେ କଏଦୀ ଡାକ୍ତଖାନାରୁ ଚମ୍ପଟ ମାରିଥିଲେ।

 

Related Articles

Leave a Reply

Back to top button
error: Content is protected !!