?????

ଫାଇଲେରିଆ ନିରାକରଣ ଅଭିଯାନ, ଗୁରୁବାର ଝାରସୁଗୁଡା ସମେତ ୮ ଜିଲ୍ଲାରେ ଆରମ୍ଭ ହେବ

ଭୁବନେଶ୍ୱର: ଫାଇଲେରିଆ ନିରାକରଣ ପାଇଁ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ। ଓଡିଶା ଦୁଇଟି ପର୍ଯ୍ୟାୟରେ “ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ” ହେବାକୁ ଥିବା ବେଳେ 10 ଫେବୃଆରୀରୁ
ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ।

ପ୍ରଥମ ପର୍ଯ୍ୟାୟରେ ୮ ଟି ଜିଲ୍ଲା ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ନୟାଗଡ଼ ଏବଂ ନୁଆପଡା ଠାରେ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୦ ମାର୍ଚ୍ଚରୁ ୭ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବ। ବରଗଡ, କେନ୍ଦୁଝର,କନ୍ଧମାଳ, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡରେ ଆରମ୍ଭ ହେବ। ଏହି ଅଭିଯାନ ଆସନ୍ତାକାଲି ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟରେ ୮ ଟି ଜିଲ୍ଲାରେ ୧ କୋଟି ୪୦ ଲକ୍ଷ ଲୋକ ସାମିଲ ହେବେ। ପ୍ରାୟ ୫୫ ହଜାର ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ। ୨ ବର୍ଷ ବୟସ ଉପରକୁ ସମସ୍ତ ବ୍ୟକ୍ତିଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। କେବଳ ଗର୍ଭବତୀ ମହିଳା,ଅତି ଦୁର୍ବଳ ଲୋକ ଓ ୨ ବର୍ଷରୁ କମ ପିଲାଙ୍କୁ ଏଥିରୁ ବାଦ ଦିଆଯିବ।

ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ, ଅଫିସ କୁ ଯାଇ ଔଷଧ ବାଣ୍ଟିବେ ସ୍ୱାସ୍ଥ୍ୟକର୍ମୀ। ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସମସ୍ତେ ଔଷଧ ଖାଇବେ। ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ବେଳେ ସମସ୍ତେ ଔଷଧ ଖାଇବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Related Articles

Leave a Reply

Back to top button
error: Content is protected !!