?????

ଝାରୁସୁଗୁଡାରେ ୯ଟି ଯାକ ଜିଲ୍ଲା ପରିଷଦ ଆସନ ପୋଛି ନେଲା ବିଜେଡି

ଝାରସୁଗୁଡା: ଓଡିଶାରେ ନବୀନ ମ୍ୟାଜିକ । କାମ ଦେଲାନି ବିରୋଧୀଙ୍କ ସରକାର ବିରୋଧୀ ମନ୍ତ୍ର । ୩୦ରୁ ୩୦ ଜିଲ୍ଲାରେ ପୌରାଧ୍ୟକ୍ଷ ଆସନ ଦଖଲ କଲା ବିଜୁ ଜନତା ଦଳ । ଯେଉଁଥିରେ ଝାରସୁଗୁଡା ଜିଲ୍ଲା ବି ରହିଛି । ପଞ୍ଚାୟତ ନିର୍ବାଚନ ଫଳାଫଳ ଗଣତିର ଶେଷ ଦିନର ଖବର ଅନୁଯାୟୀ ଝାରସୁଗୁଡାର ୯ଟି ଯାକ ଜିଲ୍ଲା ପରିଷଦ ଆସନ ବିଜେଡି ଚଳିତ ଥର ନିଜ ପକେଟରେ ରଖିବାର ସକ୍ଷମ ହୋଇଛି ।

୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ କଂଗ୍ରେସ ବାଜିମାତ କରିଥିଲା । ମୋଟ୍ ୯ଟି ଜିଲ୍ଲା ପରିଷଦ ଆସନରୁ କଂଗ୍ରେସ ଏଠାରେ ୮ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ଲଖନପୁର ଜିଲ୍ଲା ପରିଷଦ ଜୋନ୍ ଦଖଲ କରିଥିଲା । କିନ୍ତୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ରାଜନୈତିକ ଚିତ୍ର ସଂପୂର୍ଣ୍ଣ ଭାବେ ଓଲଟିଯାଇଛି ।

ଜିଲ୍ଲାରେ କଂଗ୍ରେସ ସ୍ଥିତି ହରାଇବା ପଛର ମୂଳ କାରଣ ଏବେର ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ବୋଲି କୁହାଯାଉଛି । ୨୦୧୭ ବେଳେ ସେ କଂଗ୍ରେସ ବିଧାୟକ ଥିଲେ । ଆଉ ତାଙ୍କ ନେତୃତ୍ୱରେ କଂଗ୍ରେସ ସବୁଠୁ ଭଲ ପ୍ରଦର୍ଶନ କରି ଏହାକୁ ରାଜନୀତିର ହୋମ୍ ଗ୍ରାଉଣ୍ଡ କରିଥିଲା । କିନ୍ତୁ ମ୍ୟାଚରେ ଖେଳାଳି ପରିବର୍ତନ ହେବା ଭଳି ନବ ଦାସ ୨୦୧୯ରେ ହାତ ଛାଡି ଶଙ୍ଖ ଫୁଙ୍କିବା ପରେ ଝାରସୁଗୁଡା ରାଜନୀତି ଗୋଟିଏ ବଡ କଡ ଲେଉଟାଇଛି । ଆଉ ଏହା ବିଜେଡି ଗଡ ଭାବେ ପରିଣତ ହୋଇଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ବରଗଡ ସାଂସଦ ତଥା ଝାରୁସୁଗୁଡାର ନେତା ସୁରେଶ ପୂଜାରୀ, ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଭଳି ହେବି୍ୱେଟ୍ ଥିଲେ ମଧ୍ୟ ବିଜେଡି ଆଗରେ ବିଜେପିର ରାଜନୈତିକ ଅଙ୍କ ମଧ୍ୟ ଭୁଲ୍ ହୋଇଯାଇଛି ।

Related Articles

Leave a Reply

Back to top button
error: Content is protected !!