?????

ଓକିଲଙ୍କ ଜାମିନ ପାଇଁ ଏକତ୍ରିତ ହେଲେ ପଶ୍ଚିମ ଓଡିଶାର ୩୭ଟି ବାର ଓକିଲ

ଝାରସୁଗୁଡା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଆନ୍ଦୋଳନ ଓ କୋର୍ଟରେ ଭଙ୍ଗାରୁଜା ଘଟଣାରେ ଡିସେମ୍ବର ୧୨ରୁ ଜେଲରେ ରହିଛନ୍ତି ୨୯ ଓକିଲ। ବାରମ୍ବାର ଜାମିନ୍ ଆବେଦନ ଖାରଜ ହେବା ପରେ ଏକାଠି ହୋଇଛନ୍ତି ପଶ୍ଚିମ ଓଡ଼ିଶାର ୩୭ଟି ବାରର ଓକିଲ।

ଗୁରୁବାର ଝାରସୁଗୁଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଏ ନେଇ ସବିଶେଷ ଭାବେ ଆଲୋଚନା ହୋଇଛି। ସକାଳ୧୦ଟାରୁ ଆରମ୍ଭ ହୋଇଥିବା ବୈଠକ ପ୍ରାୟ ୪ ଘଣ୍ଟା ଚାଲିଥିଲା। ଏହି ବୈଠକରେ ସାମିଲ ହୋଇଥିଲେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ସମେତ ବରଗଡ ଓ ଅନ୍ୟ ଜିଲ୍ଲାର ଓକିଲ। ଯେଉଁ ସହଯୋଗୀ ଜେଲରେ ଅଛନ୍ତି କିଭଳି ଜାମିନରେ ମୁକୁଳିବେ ସେ ନେଇ ନିଜ ନିଜର ମତ ରଖିଥିଲେ। ଆଲୋଚନା ସମୟରେ ସମ୍ବଲପୁର ଓକିଲଙ୍କ ଜାମିନ ପାଇଁ ଆବଶ୍ୟକ ପଡ଼ିଲେ ଉପର କୋର୍ଟର ଆଶ୍ରୟ ନିଆଯିବ ଓ ସାମୁହିକ ଭାବେ ସମସ୍ତଙ୍କ ସମର୍ଥନ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହିକ୍ରମରେ ଓକିଲଙ୍କ ସମ୍ମାନ ଓ ସ୍ୱାଭିମାନକୁ ରକ୍ଷା କରି ସମ୍ବଲପୁର ବାରରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବାକୁ ଆବଶ୍ୟକ ହେଲେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନରୁ ଓକିଲ ମାନେ ଓହରିବାକୁ କହିଥିବା ସୂଚନା ରହିଛି। କିନ୍ତୁ ଏହି ପ୍ରସଙ୍ଗରେ ଶେଷ ନିଷ୍ପତ୍ତି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନେବ ବୋଲି ସୂଚନା ରହିଛି।

 

Related Articles

Leave a Reply

Back to top button
error: Content is protected !!