?????

ବିସିପାଲିରୁ ଉଦ୍ଧାର ଜନ୍ତୁ ଦେଖାଯାଉଛି ଗରୁଡ଼ ଭଳି କିନ୍ତୁ ଏହା ଶାଗୁଣା

ଝାରସୁଗୁଡ଼ା : ଗରୁଡ ପରି ଦେଖାଯାଉଥିବା ଏକ ବିରଳ ଜନ୍ତୁ ଉଦ୍ଧାର ହୋଇଛି l ବିସିପାଲି ଗାଁରେ ଠାବ ହୋଇଥିବା ଏହି ବିରଳ ପ୍ରଜାତିର ଜନ୍ତୁ କିନ୍ତୁ ଶାଗୁଣା ବୋଲି କୁହାଯାଉଛି l

ପ୍ରଥମେ ଏହି ଶାଗୁଣାଟିକୁ ପ୍ରଥମେ ସ୍ଥାନୀୟ ଅଂଚଳର କିଛି ଯୁବକ ଦେଖିଥିଲେ l କିନ୍ତୁ ଏହି ସମୟରେ ଶାଗୁଣାଟି ଚାଲି ପାରୁନଥିଲା କି ଉଡ଼ିବାକୁ ସକ୍ଷମ ନଥିଲା । ତେଣୁ ଶାଗୁଣାଟିର ସୁରକ୍ଷା ଚିନ୍ତା କରି ଯୁବକମାନେ ବନ ଅଧିକାରୀଙ୍କୁ ଖବର ଦେଇଥିଲେ l

ଖବର ପାଇ ଶାଗୁଣାଟିକୁ ଉଦ୍ଧାର କରିଥିଲେ ବନ ଅଧିକାରୀ  ଏଵେ ଶାଗୁଣାଟିକୁ ଜିଲ୍ଲାର ବନ ଅଧିକାରୀ ଲଳିତ କୁମାର ପାତ୍ର କହିଛନ୍ତି ଯେ ଶାଗୁଣାଟି ଅତି ବିରଳ। ଏମାନେ ସାଧାରଣତଃ ହିମାଳୟ କିମ୍ୱା ତିବ୍ଦତୀୟ ଅଞ୍ଚଳରେ ଦେଖାଯାଆନ୍ତି ବୋଲି ଜଙ୍ଗଲ ଅଧିକାରୀ ଜଣଙ୍କ କହିଛନ୍ତି। ପକ୍ଷୀ ବିଶେଷଜ୍ଞ ଶାଗୁଣାର ପରୀକ୍ଷଣ କରିବା ସହିତ କିଛି ଔଷଧ ଦେଇଛନ୍ତି । ଶାଗୁଣାଟିକୁ ଅବଜରଭେସନରେ ରଖାଯାଇଛି । ସୁସ୍ଥ ହେବା ପରେ ଶାଗୁଣାର ହାବଭାବ ଦେଖି କିଛି ପଦକ୍ଷେପ ନେବେ ବୋଲି ବନ ଅଧିକାରୀ କହିଛନ୍ତି l

Related Articles

Leave a Reply

Back to top button
error: Content is protected !!