କରୋନା ପାଇଁ ଲାଗୁ ହୋଇଥିବା ଏହି ନିୟମ ହେଲା ପ୍ରତ୍ୟାହାର
ନୂଆଦିଲ୍ଲୀ: କରୋନା ପାଇଁ ଲାଗୁ ହୋଇଥିବା ବିଭିନ୍ନ ନିୟମ ଯଦିଓ କୋହଳ ହୋଇଥିଲା ହେଲେ ବିମାନ ଯାତ୍ରୀ ଫେସ ମାସ୍କ ଲଗାଇବା ନେଇ ଥିବା ନିୟମ ଲାଗୁ ରହିଥିଲା। ଏବେ କିନ୍ତୁ ନିୟମରେ କୋହଳ ହୋଇଛି। ଏଣିକି ବିମାନ ଯାତ୍ରା ବେଳେ ମାସ୍କରୁ ମିଳିବ ମୁକ୍ତି । ଦେଶରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ । ଏନେଇ ବେସାମରକି ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଦେଇଛି ।
ତେବେ କୋଭିଡରୁ ରକ୍ଷା ପାଇବା ଲାଗି ଯାତ୍ରୀ ଚାହିଁଲେ ନିଜ ଇଚ୍ଛା ଅନୁସାରେ ମାସ୍କ ପିନ୍ଧି ପାରିବେ । ପୂର୍ବ ଭଳି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେବେ । କିନ୍ତୁ ନ ପିନ୍ଧିଲେ ଜରିମାନା କରିବେ ନାହିଁ ।
ସରକାର ମାସ୍କ କଟକଣା ହଟାଇ ଥିବାବେଳେ ଅନ୍ୟ ପ୍ରତିବନ୍ଧକ ନେଇ କୌଣସି ନିର୍ଦ୍ଦେଶ ଦିଆ ଯାଇ ନାହିଁ । ଏବେ ଦେଶରେ କୋଭିଡ୍ ସୁସ୍ଥତା ହାର ୯୮.୭୯ ପ୍ରତିଶତ ରହିଛି । ଆଶାତୀତ ଟିକାକରଣ ହୋଇଥିବା ବେଳେ କୋଭିଡ୍ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି।