?????

ବାଇପାସ ରାସ୍ତା ନିର୍ମାଣ କାମରେ ସ୍ବାସ୍ଥ୍ୟମନ୍ତ୍ରୀ ମିଛ ବାହା ବାହା ନେଉଛନ୍ତି: ଟଙ୍କଧର

ଝାରସୁଗୁଡା: ଜିଲ୍ଲାରେ ତିଆରି ହେବାକୁ ଥିବା ବାଇପାସ ରାସ୍ତା ନିର୍ମାଣରେ ସ୍ଥାନୀୟ ବିଧାୟକ ମିଛଟାରେ ବାହା ବାହା ନେଉଛନ୍ତି। ଏହା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ।

ଗତ ୧୯ ତାରିଖରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଝାରସୁଗୁଡା ଜିଲ୍ଲା NH-49 ବାଇପାସ୍ ରାସ୍ତା ନିମନ୍ତେ ୫୮୭.୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ହେଲେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଏହି କାମ ପାଇଁ ମିଛ ବାହା ବାହା ନେଉଥିବା ଜିଲ୍ଲା ବିଜେପି ଦାବି କରିଛି। କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ବାଇପାସ ରାସ୍ତା ହେବ। ଏବେ ରାଜ୍ୟ ସରକାରଙ୍କ ମୁଖା ଖୋଲିଯାଇଛି ବୋଲି ଟଙ୍କଧର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜାତୀୟ ରାଜପଥ ଏନଏଚ-୪୯କୁ ଏହି ରାସ୍ତା ସଂଯୋଗ କରିବ। ମୋଟ୍ ୩୧.୨୪ କିଲୋମିଟର ରାସ୍ତା ନିର୍ମାଣ ହେବ। ଏଥିପାଇଁ ମୋଟ୍ ୫୮୭.୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ରାସ୍ତା ତିଆରି ହେବା ବେଳେ ହାତୀ ମାନଙ୍କ ନିରାପଦ ଚଳପ୍ରଚଳ ପାଇଁ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

ଝାରସୁଗୁଡ଼ା ଜାତୀୟ ରାଜପଥ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ସତ୍ୟବାନ ପଟେଲ୍ କହିଛନ୍ତି, “ଏହି ବାଇପାସ୍ ରୋଡ୍ ବୁଢିପତ୍ର ଅଞ୍ଚଳରୁ ବାହାରି ଭାୟା ତାଳପଟିଆ ଛକ ଦେଇ କୋଲାବିରା ନିକଟ ପତ୍ରପାଲିକୁ ସଂଯୋଗ କରିବ। ଏଚ. କଣ୍ଟାପାଲି ଠାରେ ଏକ ବାଇପାସ ବ୍ରିଜ ନିର୍ମାଣ ହେବ । ଏହା ଏକ ରେଳ ଓଭର ବ୍ରିଜ ହେବ। ଏହାବ୍ୟତୀତ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଯାତାୟାତ ପାଇଁ ବାଇ ପାସ୍ ନିର୍ମାଣ କରାଯିବ। ଏବେ ପ୍ରାୟ ୭୦ ପ୍ରତିଶତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ଏବଂ ବାକି କାମ ଖୁବ୍ ଶୀଘ୍ର ଶେଷ ହେବ।

Related Articles

Leave a Reply

Back to top button
error: Content is protected !!