?????

ଅକ୍ଚୋବରରୁ ଗାଡି ପଛପଟେ ନାଲି ଆଲୁଅ ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ଗାଡ଼ି ପଛରେ ରିଫ୍ଲେଟିଭ୍ ଟେପ୍ ବା ନାଲି ଆଲୁଅ ରହିବା ବାଧ୍ୟତାମୂଳକ ହେବ। ଗାଡି ଦୁର୍ଘଟଣାକୁ ନଜରରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଗତକାଲି ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଥିସହ ଭୁବନେଶ୍ବର-କଟକ ରାସ୍ତାରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥାର ପ୍ରଚଳନ ହେବ। ଗାଡି ଗୁଡିକ ଠିକ ଭାବରେ ଯାତାୟତ କରୁଛି କି ନାହିଁ ତା ଉପରେ ଗୁରୁତ୍ୱ ଦିଆଯିବ। ତେଣୁ ରାଜପଥରେ ପାଟ୍ରୋଲିଂ କଡାକଡି ହେବ । ପାଟ୍ରୋଲିଂ ପାଇଁ ପୁଲିସ କମିଶନରଙ୍କୁ ଆବଶ୍ୟକ ଯାନ ଯୋଗାଇ ଦିଆଯିବ। ଏପରି କରି ସଡକ ଦୁର୍ଘଟଣାକୁ କମାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।

ଦୁଇ ଚକିଆ ଗାଡି ଚାଳକଙ୍କୁ ହେଲମେଟ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା । ଏଥିସହିତ ସହର ଭିତରକୁ ଭାରିଯାନ ଚଳାଚଳ ଉପରେ କଟକଣା କରାଯିବ। ସେହିପରି  ଜାତୀୟ ରାଜପଥରେ ମରାମତି କରିବାକୁ କୁହାଯିବ । ଯାଜପୁର ମଙ୍ଗୁଳି ଛକଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା କାମ କିପରି ତ୍ବରାନ୍ବିତ ହୋଇପାରିବ ତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ସେହିପରି ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସଚେତନ କରାଯିବ। ବୈଠକରେ ପଞ୍ଚାୟତିରାଜ ଅନୁଷ୍ଠାନ ଓ ଏନ୍‌ସିସି କ୍ୟାଡେଟଙ୍କୁ ସାମିଲ କରାଯିବ। ଏହି ଛାତ୍ରଛାତ୍ରୀ ସଡ଼କ ସୁରକ୍ଷା ଉପରେ ଜନସଚେତନତା ସୃଷ୍ଟି କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ତେବେ ସଡକ ଦୁର୍ଘଟଣା ପଛରେ ନିଶାଦ୍ରବ୍ୟ ସେବନ ମଧ୍ୟ ପ୍ରମୁଖ କାରଣ ରହିଛି। ଏପରି ସ୍ଥିତିରେ ଏହାକୁ କଡାକଡି କରିବାକୁ  ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ପୁଲିସ ମହାନିର୍ଦେଶକ ସୁନିଲ ବଂଶଲ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରା, କମିଶନରେଟ ପୋଲିସ ମୁଖ୍ୟ ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିବହନ ସଚିବ ବିଷ୍ଣୁପଦ ସେଠୀ, ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ବିନୟତୋଷ ମିଶ୍ର, ବସ୍ ଏବଂ ଟ୍ରକ ମାଲିକ ସଂଘର ସଦସ୍ୟ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।

Related Articles

Leave a Reply

Back to top button
error: Content is protected !!