ଦେଶର ୭୦ ଲକ୍ଷ ରାସନକାର୍ଡଧାରୀଙ୍କ ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ର

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପ୍ରାୟ ୭୦ ଲକ୍ଷ ହିତାଧୀକାରୀଙ୍କ ରାସନକାର୍ଡ ପୁଣି ଥରେ ଅନୁଧ୍ୟାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆବଶ୍ୟକ ତଥ୍ୟ ପଠାଇଛନ୍ତି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ୭୦ ଲକ୍ଷ ହିତାଧିକାରୀଙ୍କୁ ରାସନକାର୍ଡ ଯାଞ୍ଚ କରିବେ କେନ୍ଦ୍ର ସରକାର । କେନ୍ଦ୍ର ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ ଏହି ସୂଚନା ଦେଇଛନ୍ତି । ୨୦୧୩ ରୁ ୨୦୨୧ ମଧ୍ୟରେ ରାଜ୍ୟମାନେ ୪.୭୪ କୋଟି ରାସନ କାର୍ଡ ହଟାଇ ଦେଇଥିଲେ ବୋଲି ସେ କହିଛନ୍ତି।
ସୁଦର୍ଶନ ପାଣ୍ଡେ କହିଛନ୍ତି ଯେ ନିକଟରେ ପ୍ରାୟ ୭୦ ଲକ୍ଷ ହିତାଧିକାରୀଙ୍କୁ ସନ୍ଦେହଜନକ ଭାବେ ଚିହ୍ନଟ କରାଯାଇଛି । ଏବେ ଏହି ସମ୍ବନ୍ଧୀୟ ତଥ୍ୟକୁ ଯାଞ୍ଚ କରିବାକୁ ସମ୍ପୃକ୍ତ ରାଜ୍ୟକୁ କୁହାଯାଇଛି। ପାଣ୍ଡେ କହିଛନ୍ତି ଯେ ବିଗତ ୯ ବର୍ଷ ମଧ୍ୟରେ ୪.୭୪ କୋଟି ହିତାଧିକାରୀଙ୍କ ରାସନ କାର୍ଡ ହଟାଯାଇଛି ଏବଂ ଏହି ସ୍ଥାନରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ହିତାଧିକାରୀ ସୃଷ୍ଟି କରିବା ଏକ ନିରନ୍ତର ପ୍ରକ୍ରିୟା। ଆଜି ଜଣଙ୍କର ଆର୍ଥିକ ସ୍ଥିତି ଭଲ ହେଲେ ନିୟମ ଅନୁଯାୟୀ ସେହି ବ୍ୟକ୍ତି ହିତାଧିକାରୀ ବର୍ଗରୁ ବାଦ ପଡିବେ। ଏବଂ ଯେଉଁମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେବ ସେମାନେ ଏହି ତାଲିକାରେ ସାମିଲ ହେବେ। ଏହା ଏକ ନିରନ୍ତର ପ୍ରକ୍ରିୟା ବୋଲି ସେ କହିଛନ୍ତି।