?????

ବିଧାୟକଙ୍କ ଦରମା ବଢିବା ନେଇ କମିଟି ତିଆରି କଲେ ବାଚସ୍ପତି

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏକ କମିଟି ଗଠନ କରିଛନ୍ତି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଏହି କମିଟିରେ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ମଧ୍ୟ ରହିଛନ୍ତି। ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବାପରେ ଦରମା ବଢ଼ିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।

ଗତ ଜୁଲାଇ ୩୦ ତାରିଖରେ ବିଧାନସଭାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ମୌସୁମୀ ଅଧିୂବେଶନ ବେଳେ ଶୂନ୍ୟକାଳରେ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ  ଦରମା ବଢ଼ାଇବା ପ୍ରସଙ୍ଗ ଉଠାଇଥିଲେ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଶେଷ ଥର ପାଇଁ ୨୦୧୭ ସେପ୍ଟେମ୍ବର ୧୩ ତାରିଖରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା। ଆଉ ଏବେ ସବୁ ରେଟ ବଢ଼ିଥିବାରୁ ବିଧାୟକଙ୍କ ଦରମା ବି ବଢ଼ିବା ଦରକାର । 

ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ ୯୯ ହଜାର ୮୦୦ ଟଙ୍କା ରହିଛି । ତାକୁ ବଢ଼ାଇବାକୁ  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ  ଦାବି କରିଥିଲେ ।

ଅନ୍ୟପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ କହିଥିଲେ ଯେ ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ମଧ୍ୟ ବଢାଯାଉ ।

Related Articles

Leave a Reply

Back to top button
error: Content is protected !!