ଧୁମଧାମରେ ସମ୍ବଲପୁରୀ ଦିନ ପାଳିତ
ଝାରସୁଗୁଡା: ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଜିଲ୍ଲା ସଂସ୍କୃତି ବିଭାଗର ସହଯୋଗରେ ଆଜି ସମ୍ବଲପୁରୀ ଦିନ ପାଳନ କରାଯାଇଛି । ଏହି ଅବସରରେ ଝାରସୁଗୁଡା ସହର ସ୍ଥିତ କନକ ଦୁର୍ଗା ମନ୍ଦିରରୁ ମଙ୍ଗଲବଜାର ଅଡିଟୋରିୟମ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଥିଲା । ଏହାପରେ ମଙ୍ଗଲବଜାର ଅଡିଟୋରିୟମରେ ମା ସମଲେଶ୍ୱରୀଙ୍କ ପୂଜାର୍ଚନା, ପ୍ରଦୀପ ପ୍ରଜ୍ୱଳନ, ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସମଲେଶ୍ୱରୀ ଭଜନ, ସମ୍ବଲପୁରୀ ଗୀତ, ନୃତ୍ୟ, ବାଜା, ସମ୍ବଲପୁରୀ ନାଟକ, ସମ୍ବଲପୁରୀ ଫେଶନ ସୋ, ସମ୍ବଲପୁରୀ କବିତା ଆସର, ରଙ୍ଗୋଲି ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହାସହ ସମ୍ବଲପୁରୀ ସଂସ୍କୃତି ଭାଷା, କଳା, ବସ୍ତ୍ର, ଖାଦ୍ୟପେୟ, ଲୋକକଳା ତଥା ପରମ୍ପରାକୁ ଦେଶ ବିଦେଶରେ ପରିଚିତ କରିବାପାଇଁ ଆଜି ସଂକଳ୍ପ ନିଆ ଯାଇଛି।
2018 ମସିହାରୁ ଝାରସୁଗୁଡା ଜିଲ୍ଲାରେ ପ୍ରତ୍ୟେକ ବର୍ଷ ଅଗଷ୍ଟ 1 ତାରିଖକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଉଛି। ଆଜିର ଦିନରେ ଝାରସୁଗୁଡାବାସୀ ଧର୍ମ, ବର୍ଣ, ଜାତି ନିର୍ବିଶେଷରେ ସମସ୍ତେ ସମ୍ବଲପୁରୀଆ ଭାବରେ ଏକ ହୋଇଛନ୍ତି ଏବଂ ଅତି ଧୁମଧାମରେ ଆଜି ସମ୍ବଲପୁରୀ ଦିନକୁ ପାଳନ କରିଛନ୍ତି।