?????

ଇବ୍ ନଦୀରେ ବୁଡି ଯାଇ ନାବାଳକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ରବିବାର ଅପରାହ୍ନରେ ପଞ୍ଚପଡ଼ା ପମ୍ପହାଉସ୍ ଇବି ନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଝାରସୁଗୁଡା ପୁରୁଣା ବସ୍ତିର କୃଷ୍ଣ ସାହୁ (17 ବର୍ଷ) ବୋଲି ପୋଲିସ ଚିହ୍ନଟ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, କୃଷ୍ଣ ଦୁଇ ସାଙ୍ଗଙ୍କ ସହ ଗାଡି ସର୍ଭିସିଂ ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ଅପରାହ୍ନ ହୋଇଥିବାରୁ ଗାଡି ମେକାନିକ ଜଣଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ। ଏହାପରେ ସେମାନେ ପଞ୍ଚପଡା ପମ୍ପହାଉସ୍ ନିକଟରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ପହଁରି ନପାରି ନଦୀ ଭିତରକୁ ପଶି ଯାଇଥିଲେ। ସେଠାରେ କୃଷ୍ଣ ପାଣି ଭିତରକୁ ଆହୁରି ପଶି ଯାଇଥିଲେ ଏବଂ କେମିତି ବାହାରକୁ ବାହାରି ପାରିବେ ଜାଣିପାରିନଥିଲେ। ଏହା ପରେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହକୁ ବାହାର କରିଥିଲେ।

Related Articles

Leave a Reply

Back to top button
error: Content is protected !!