?????

ହ୍ୱାଟସଆପ ଡିପିରେ ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ, ଫେକ୍ ଆକାଉଣ୍ଟକୁ ସାବଧାନ

ଭୁବନେଶ୍ୱର: ଓଡିଶାର ବିଏସଏନଲ ନମ୍ବର ବ୍ୟବହାର କରି ସାଇବର ଲୁଟେରା ବୁଣିଛନ୍ତି ଠକାମିର ଜାଲ । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏବେ ଦିଲ୍ଲୀ ପୁଲିସ ଓଡ଼ିଶା ପୁଲିସକୁ ସତର୍କ କରାଇଛି। ସାଇବର ଲୁଟେରା ବ୍ୟବହାର କରୁଥିବା ନମ୍ବରଟି ହେଉଛି ୯୪୩୯୦୭୩୮୭୦ । ଏହି ନମ୍ବରରେ ହ୍ୱାଟସଆପ୍ ଆକାଉଣ୍ଟ ଆକ୍ଟିଭ୍ ରହିଛି । ଯେଉଁଥିରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ପ୍ରୋଫାଇଲ ପିକ୍ଟରରେ ରହିଛି । ଏହି ନମ୍ବର ଜରିଆରେ ବିଭିନ୍ନ ହ୍ୱାଟସଆପ ୟୁଜରଙ୍କ ସହ ଚାଟିଂ କରି ଆର୍ଥିକ ଠକେଇ ସହିତ ଅନ୍ୟାନ୍ୟ ଅପରାଧିକ କାମକୁ ଉସକାଇଲା ଭଲି କାର୍ଯ୍ୟପନ୍ଥା କରୁଥିବା ସୂଚନା ରହିଛି। ଦିଲ୍ଲୀ ପୁଲିସ ଏ ନେଇ ସୂଚନା ପାଇବା ପରେ ଓଡିଶା କ୍ରାଇମବ୍ରାଞ୍ଚକୁ ଆଲର୍ଟ କରିଥିବା ସୂଚନା ରହିଛି।

ନିକଟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ଜମତରା ଗ୍ୟାଙ୍ଗର ସଦସ୍ୟ ଗିରଫ ହୋଇଥିଲେ। ତେଣୁ ଡିଜିଟାଲ ଠକଙ୍କ ଟାର୍ଗେଟରେ ଓଡ଼ିଶା ରହିଥିବା ସୂଚନା ରହିଛି । ବିଭିନ୍ନ ସମୟରେ ଡିଜିଟାଲ ଠକେଇର ଅଭିଯୋଗ ବଢୁଥିବାରୁ ଏବେ ବାଚସ୍ପତିଙ୍କ ଫଟୋ ବ୍ୟବହାର କରି ଠକେଇ କରିବାକୁ ଠକ ପ୍ରୟାସ କରୁଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ନିକଟରେ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଜାଣିବାକୁ ପାଇଥିଲା ଯେ ରାଜ୍ୟରେ ପ୍ରି ଆକ୍ଟିଭେଟେଡ ସିମ୍ ବିକ୍ରି ହେଉଛି । ଢେଙ୍କାନାଳର ଏକ ସିମ୍ ଦୋକାନ ଉପରେ ରେଡ୍ କରି ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତ ଗୋଟିଏ ସିମ୍ ବିକ୍ରି କରି ୪ ଶହ ଟଙ୍କା ରୋଜଗାର କରୁଥିଲେ । ଯାହାକି ବେଆଇନ୍ । ସିମ୍‌ ବିକ୍ରି ପାଇଁ ସୋସିଆଲ୍ ମିଡିଆରେ ଗ୍ରୁପ୍‌ ହୋଇଥିଲା । ଦେଶବ୍ୟାପୀ ଲମ୍ବି ଥିଲା ନେଟ୍‌ୱର୍କ। କ୍ରାଇମବ୍ରାଞ୍ଚର ସାଇବର ଟିମ୍ ଫ୍ରଡ୍ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା।

Related Articles

Leave a Reply

Back to top button
error: Content is protected !!