?????

କେମିତି ହେବ ପୌର ନିର୍ବାଚନ ପାଇଁ ଭୋଟ୍ ଗଣତି ?

ଭୁବନେଶ୍ୱର: ରାତି ପାହିଲେ ପୌର ଭୋଟ ଗଣତି । ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବ୍ୟାପକ ପ୍ରସ୍ତୁତି । ସକାଳ 8 ଟାରୁ ରାଜ୍ୟର 108 ପୌରଞ୍ଚଳରେ ହେବ ଭୋଟ ଗଣତି । 58ଟି ବିଜ୍ଞାପିତ ଅଂଚଳ , 47 ପୌର ପରିଷଦ ଏବଂ 3 ଟି।ମହାନଗର ନିଗମରେ ହେବ ଭୋଟ ଗଣତି । ପ୍ରତି ବିଜ୍ଞାପିତ ପରିଷଦରେ ଗଣତି କେନ୍ଦ୍ରରେ 2ଟି ଟେବୁଲ, ପୌର ପରିଷଦରେ 5ଟି ଟେବୁଲ ଏବଂ ମହାନଗର ନିଗମରେ 12ଟି ଟେବୁଲରେ ହେବ ଭୋଟ ଗଣତି।

କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେବ । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡ଼ିଓଗ୍ରାଫି ବ୍ୟବସ୍ଥା ସହ ଗଣତି କେନ୍ଦ୍ର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସେହିପରି ଗଣତି ପୂର୍ବରୁ ହେବ ପୋଷ୍ଟଲ ଗଣତି। ପ୍ରତି ୱାର୍ଡର ଗଣତି ପରେ ହେବ ଘୋଷଣା। ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା ହେବ। ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଁଟିଙ୍ଗ ସୁପରଭାଇଜର , ସହକାରୀ ସହ ଇଭିଏମ ନେବା ଆଣିବା ପାଇଁ କର୍ମଚାରୀ ହୋଇଛନ୍ତି ନିୟୋଜିତ।

Related Articles

Leave a Reply

Back to top button
error: Content is protected !!