?????

ଓଃ କି ଖରା; ରାଜ୍ୟର ୫ ପ୍ରମୁଖ ଉତ୍ତପ୍ତ ଜିଲ୍ଲାରେ ଝାରସୁଗୁଡା

ଭୁବନେଶ୍ୱର: ସାରା ରାଜ୍ୟ ଅସହ୍ୟ ଖରାରେ ଆଉଟ ପାଉଟ ହେଲାଣି । ସକାଳ ୧୦ଟା ବେଳକୁ ପିଚୁ ଓ କଂକ୍ରିଟ ରାସ୍ତାରେ ଚାଲିବା ଅସହ୍ୟ ହୋଇପଡିଛି । ସେହିପରି ରାସ୍ତାରେ ଗରମ ଝାଞ୍ଜି ପବନ ଗାଡି ଚାଳକଙ୍କୁ ମଧ୍ୟ ଅସ୍ତବ୍ୟସ୍ତ କରି ପକାଇଛି । ଆଜି ରାଜ୍ୟର ୨ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିଛି। ୪୦.୬ ଡିଗ୍ରି ରେକର୍ଡ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ଜିଲ୍ଲା ରହିଛି। ଏହାପରେ ୪୦ ଡିଗ୍ରି ରେକର୍ଡ ସହ ଦ୍ୱିତୀୟ ସ୍ଥାନରେ ବୌଦ୍ଧ ଜିଲ୍ଲା ରହିଛି। ୩୯.୨ ଡିଗ୍ରୀ ତାପମାତ୍ରା ସହିତ ପଞ୍ଚମ ସ୍ଥାନରେ ଝାରସୁଗୁଡ଼ା ରହିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବାଲେଶ୍ୱରରେ ତାପମାତ୍ରା ୩୨.୬ ଡିଗ୍ରି, ଚାନ୍ଦବାଲିରେ ୩୫.୨, କଟକରେ ୩୭.୮, ପାରାଦୀପରେ ୩୨.୨, ଭୁବନେଶ୍ୱରରେ ୩୬.୨, ଗୋପାଳପୁରରେ ୩୧.୦, ପୁରୀରେ ୩୨.୬, ଅନୁଗୁଳରେ ୩୮.୭, ବାରିପଦାରେ ୩୭.୫, ଝାରସୁଗୁଡ଼ାରେ ୩୯.୨, କେନ୍ଦୁଝରରେ ୩୬.୭ ଡିଗ୍ରି, କେନ୍ଦୁଝରରେ ୩୬.୭, ସମ୍ବଲପୁରରେ ୩୯.୧, ସୁନ୍ଦରଗଡ଼ରେ ୩୭.୫, ହୀରାକୁଦରେ ୩୭.୯, ତାଳଚେରରେ ୩୮.୦, ଭବାନୀପାଟଣାରେ ୩୯.୪, କୋରାପୁଟରେ ୩୬.୫, ଫୁଲବାଣୀରେ ୩୭.୬, ଟିଟିଲାଗଡ଼ରେ ୩୯.୬, ମାଲକାନଗିରିରେ ୩୬.୫, ସୋନପୁରରେ ୩୯.୨, ଦାରିଙ୍ଗବାଡ଼ିରେ ୩୫.୫, ନୟାଗଡ଼ରେ ୩୯.୦, ଛତ୍ରପୁରରେ ୩୨.୦, ପାରଳାଖେମୁଣ୍ଡିରେ ୩୫.୫, ରାୟଗଡ଼ାରେ ୩୬.୧, ଭଦ୍ରକରେ ୩୭.୬ ଓ ଯାଜପୁରରେ ୩୭.୨ ଡିଗ୍ରି ରେକର୍ଡ ହୋଇଇଛି।

Related Articles

Leave a Reply

Back to top button
error: Content is protected !!