ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଧ ବିଜ୍ଞପ୍ତି। ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୯ ତାରିଖରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ। ମାର୍ଚ୍ଚ ୧୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୨୪ ତାରିଖରେ ନିର୍ବାଚନ କରାଯିବା ସହ ୨୬ ତାରିଖରେ ଫଳାଫଳ ପ୍ରକାଶ ପାଇବ। ମାର୍ଚ୍ଚ ୨୪ରେ ରାଜ୍ୟର ପୌର ପରିଷଦ ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିସନ ଗତ ଶୁକ୍ରବାର ଘୋଷଣା କରିଥିଲେ।
୨୦୧୨ ମାର୍ଚ୍ଚ ୨୪ ତାରିଖରେ ୧୦୬ଟି ପୌରପାଳିକା/ଏନ୍ଏସି ଓ ୩ଟି ମହାନଗର ନିଗମରେ ନିର୍ବାଚନ ହେବ। ୧୦୬ଟି ପୌରପାଳିକା/ଏନ୍ଏସି ଏବଂ ତିନୋଟି ମହାନଗର ନିଗମ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପୁନର୍ଗଠନ/ଗଠନ ଉଦ୍ଦେଶ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁଥିରେ କଟକ ମହାନଗର ନିଗମ (ସିଏମସି) ଓ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମଧ୍ୟ ରହିଛି । ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ବିଚାରାଧୀନ ଥିବା କୋର୍ଟ କେସ୍ ଯୋଗୁଁ ନିର୍ବାଚନ ହେବ ନାହିଁ।
ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ନିର୍ବାଚନ ସମୟରେ ଭୋଟରଙ୍କ ପାଇଁ ‘ନୋଟା’ ବିକଳ୍ପ ଉପଲବ୍ଧ ହେବ। ଏହାବ୍ୟତୀତ ଏଥର ମେୟର ଓ ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ।