ଆସନ୍ତା ବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ: ନବ ଦାସ
ଭୁବନେଶ୍ୱର: ସୁନ୍ଦରଗଡରେ ମେଡିକାଲ କଲେଜ ଏବଂ ହସ୍ପିଟାଲ 2022-23ରୁ ଆରମ୍ଭ ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି। ତେବେ କେନ୍ଦ୍ର ସରକାର ମଧ୍ୟ ଏଠାରେ ରାଜ୍ୟର ଏମ୍ସର ଦ୍ୱିତୀୟ ହସ୍ପିଟାଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ଯଦି କେନ୍ଦ୍ର ହସ୍ପିଟାଲ ତିଆରି କରିବ ତାହେଲେ ରାଜ୍ୟ ସରକାର ଏଠାରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ତିଆରି କରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଆସନ୍ତା ବର୍ଷ ଠାରୁ ଏକାଡେମିକ୍ ଅଧିବେଶନ ଆରମ୍ଭ ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରୁଛନ୍ତି। ପ୍ରସ୍ତାବିତ ଅନୁଷ୍ଠାନରେ ଏମବିବିଏସର 100ଟି ସିଟ୍ ରହିବ ମେଡିକାଲ୍ କଲେଜ ପାଇଁ ଏବଂ 500ଟି ବେଡ୍ ରହିବ ହସ୍ପିଟାଲ ପାଇଁ ବୋଲି ବ୍ୟବସ୍ଥା ରହିଥିବା ମନ୍ତ୍ରୀ ଦାଶ ଏହି ସୂଚନା ଦେଇଛନ୍ତି।
400 କୋଟିରୁ ଅଧିକ ବ୍ୟୟରେ ତିଆରି ହେବାକୁ ଥିବା ଏହି ପ୍ରକଳ୍ପ ଏନଟିପିସି ତିଆରି କରିବ। ପଶ୍ଚିମ ଓଡ଼ିଶାରେ ଏପରି ଏକ ମେଡିକାଲ କଲେଜ ହେବ ବୋଲି ପ୍ରଥମେ 2010 ମସିହାରେ ପ୍ରଥମେ ଘୋଷଣା କରାଯାଇଥିଲା। ଯଦି ରାଜ୍ୟ ସରକାର ହସ୍ପିଟାଲ ତିଆରି କଲେ କିମ୍ୱା ଏମ୍ସର ଦ୍ୱିତୀୟ ହସ୍ପିଟାଲ ନିର୍ମାଣ ହେବ ତାହେଲେ ପଶ୍ଚିମ ଓଡିଶାକୁ ରାଜ୍ୟର ଆଖପାଖ ଅଞ୍ଚଳର ଲୋକ ମଧ୍ୟ ଚିକିତ୍ସା ପାଇଁ ଆସିବେ ବୋଲି ସେ କହିଛନ୍ତି।
ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମିଡିଆକୁ ଏ ପ୍ରସଙ୍ଗରେ ଅଧିକ ସୂଚନା ଦେବାକୁ ଯାଇ କହିଛନ୍ତି ଯେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏନଓସି ପାଇବା ପାଇଁ ସେପ୍ଟେମ୍ବର 26 ହେଉଛି ଶେଷ ତାରିଖ। ସେ କହିଛନ୍ତି, ଯଦି କେନ୍ଦ୍ର ଏମ୍ସ ପ୍ରସ୍ତାବ ପାଇଁ ଗ୍ରୀନ ସିଗନାଲ ନଦିଏ ତେବେ ଆମେ ମେଡିକାଲ କଲେଜ ପାଇଁ ଆବେଦନ କରିବୁ ଏବଂ ନିଶ୍ଚିତ କରିବୁ ଯେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ସହିତ ରୋଗୀଙ୍କ ପାଇଁ ବେଡ୍ ବ୍ୟବସ୍ଥା କରିବୁ।
ଉଲ୍ଲେଖଯୋଗ୍ୟ, ଏମ୍ସ ମେଡିକାଲ କଲେଜରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିବାକୁ ଓଡ଼ିଶା ସରକାର ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ନିବେଦନ କରିଛି। ତେବେ ଏଥିପାଇଁ କେନ୍ଦ୍ର ଅନିଚ୍ଛା ପ୍ରକାଶ କରିଛି।