ଝାରସୁଗୁଡାର ଶ୍ରେୟା ହୋଇପାରନ୍ତି ପ୍ରଥମ ଭାରତୀୟ କେ-ପପ୍ କଳାକାର

ଝାରସୁଗୁଡା: ଝାରସୁଗୁଡାର 18 ବର୍ଷ ବୟସ୍କା ଶ୍ରେୟା ଲେଙ୍କା ହୋଇପାରନ୍ତି ପ୍ରଥମ ଭାରତୀୟ କେ-ପପ୍ କଳାକାର । ଏଥିପାଇଁ ସେ ଗୋଟିିଏ ପାଦ ଦୂରରେ ରହିଛନ୍ତି । ଏବେ ବ୍ରାଜିଲରେ ଶ୍ରେୟା ଏବଂ ଗାବ୍ରିଏଲା ଡାଲସିନ୍ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି । ବିଶ୍ୱ ପ୍ରତିଯୋଗିତାର ଏହି ଦୁଇ ଫାଇନାଲିଷ୍ଟଙ୍କ ମଧ୍ୟରୁ ଯିଏ ବିଜୟୀ ହେବ ସେ ଦକ୍ଷିଣ କୋରିଆର ପ୍ରସିଦ୍ଧ କେ-ପପ୍ ବାଳିକା ଗୋଷ୍ଠୀର ‘ବ୍ଲାକ୍ୱାନ୍’ର ପଞ୍ଚମ ସଦସ୍ୟ ହେବେ। ବର୍ତମାନ ଶ୍ରେୟା ଦକ୍ଷିଣ କୋରିଆରେ ରହି କୋରିଆ ଭାଷା ଶିଖିବା ସହିତ ଅନେକ ଜିନିଷ ପାଇଁ ତାଲିମ ନେଉଛନ୍ତି। ଦକ୍ଷିଣ କୋରିଆର ମ୍ୟୁଜିକ ଲେବୁଲ ଡିଆର ମ୍ୟୁଜିକ ଏଣ୍ଟରଟେନମେଣ୍ଟ ଦ୍ୱାରା ତାଲିମ ଦିଆଯାଉଛି ।
ଶ୍ରେୟା ଏହି ସ୍ଥାନରେ ପହଞ୍ଚିବା ପୂର୍ବରୁ 4 ହଜାର ପ୍ରତିଯେୋଗୀଙ୍କୁ ହରାଇଛନ୍ତି । କୋରିଆ ମ୍ୟୁଜିକ୍ ଲେବଲ ଡିଆର୍ ମ୍ୟୁଜିକ୍ରେ ଶ୍ରେୟା ହେଉଛନ୍ତି ଏକମାତ୍ର ଏସୀୟ। ଶ୍ରେୟାଙ୍କ ବାପା ଅବିନାଶ ଲେଙ୍କା ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ମା’ ପ୍ରିୟା ଲେଙ୍କା ଜଣେ ଗୃହିଣୀ। ଶ୍ରେୟା ଝାରସୁଗୁଡ଼ା ଡିଏଭି ସ୍କୁଲରୁ 2020ରେ ମାଟ୍ରିକ ପାସ କରିଛନ୍ତି । ଗତ ବର୍ଷ ସେ ଝାରସୁଗୁଡ଼ା ମହିଳା କଲେଜରେ +2 ରେ ନାମ ଲେଖାଇଛନ୍ତି। ଶ୍ରେୟା ଏହି ସମମୟରେ ବିଭିନ୍ନ ନୃତ୍ୟଗୁରୁଙ୍କ ସଂସ୍ପର୍ଶରେ ଆସିଥିଲେ । ଆଉ ନିଜର କଣ୍ଠକୁ ମାର୍ଜିତ କରିବା ପାଇଁ ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରୁଛନ୍ତି ବୋଲି ତାଙ୍କ ବାପା କହିଛନ୍ତି ।