?????

ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍, କୌଣସି ସମୟରେ ହୋଇପାରେ ତାରିଖ ଘୋଷଣା

ଭୁବନେଶ୍ୱର: ଆସନ୍ତାକାଲି ଶେଷ ହେଉଛି ଚଳିତ ପଂଚାୟତ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ଏହା ପୂର୍ବରୁ ବୁଧବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପୌର ନିର୍ବାଚନ ପାଇଁ ଦୁଇଟି ପୃଥକ ବିଜ୍ଞପ୍ତି ପ୍ରକାଶ କରିଛି । କେବଳ ତାରିଖ ଘୋଷଣାକୁ ଅପେକ୍ଷା । ଏହି ନିର୍ବାଚନରେ 3ଟି ମହାନଗର ନିଗମର ମେୟର ଓ କର୍ପୋରେଟର ନିର୍ବାଚନ ଏବଂ 107 ମ୍ୟୁନିସିପାଲିଟି/ ଏନ୍ଏସିର ଅଧ୍ୟକ୍ଷ ଓ କାଉନସିଲର ପାଇଁ ମତଦାନ ହେବ।

ବିଜ୍ଞପ୍ତି ଅନୁସାରେ ଭୁବନେଶ୍ୱର ମହାନଗର ନିଗମ, କଟକ ମହାନଗର ନିଗମ, ବ୍ରହ୍ମପୁର ମହାନଗର ନିଗମରେ ନିର୍ବାଚିତ ହୋଇଥିବା ସଦସ୍ୟଙ୍କ 5 ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି। ଅନ୍ୟ ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, 103ଟି ପୌରପାଳିକା/ ଏନ୍ଏସି ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏଥିସହିତ ଚାନ୍ଦବାଲି ଏନ୍ଏସି, ଧାମନଗର ଏନ୍ଏସି, ବିଜେପୁର ଏନ୍ଏସି, ରେମୁଣା ଏନ୍ଏସି ନୂଆ ଭାବେ ଗଠନ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି, ଉକ୍ତ ମ୍ୟୁନିସିପାଲିଟି କର୍ପୋରେସନ୍ ଗୁଡିକର ପୁନର୍ଗଠନ ଉଦ୍ଦେଶ୍ୟରେ ସାଧାରଣ ନିର୍ବାଚନ କରିବା ସମୀଚୀନ, ଏବଂ ଉକ୍ତ 107 ମ୍ୟୁନିସିପାଲିଟି / ଏନଏସିର ପୁନର୍ଗଠନ / ଗଠନ ଉଦ୍ଦେଶ୍ୟରେ ଅଧ୍ୟକ୍ଷ ଏବଂ କାଉନସିଲରମାନଙ୍କୁ ନିର୍ବାଚିତ କରାଯିବ।

ଉକ୍ତ ପୌରସଂସ୍ଥାର ସମସ୍ତ ୱାର୍ଡ଼କୁ ମେୟର ଓ କର୍ପୋରେଟର ଚୟନ କରିବା ପାଇଁ ଆହ୍ୱାନ କରିବା ସହ ସମସ୍ତ 107ଟି ପୌରାଞ୍ଚଳର ସମସ୍ତ ୱାର୍ଡ଼କୁ ଆହ୍ୱାନ କରି ଆଜି ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଏପରି କରି ଅଧ୍ୟକ୍ଷ ଓ କାଉନସିଲରମାନଙ୍କୁ ଚୟନ କରାଯିବ।

ଇତିମଧ୍ୟରେ, ୱାର୍ଡର ସୀମା ନିର୍ଦ୍ଧାରଣ ଏବଂ ଉକ୍ତ ପୌରସଂସ୍ଥାର ମେୟରଙ୍କ ଆସନ ଓ କାର୍ଯ୍ୟାଳୟ ସଂରକ୍ଷଣ, ଏବଂ ଭଦ୍ରକ ପୌରାଞ୍ଚଳର 4ନଂ ୱାର୍ଡକୁ ବାଦ୍ ଦେଇ ୱାର୍ଡର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ଏବଂ ଉକ୍ତ 107ଟି ପୌରାଞ୍ଚଳ/ ଏନ୍ଏସିର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସଂରକ୍ଷଣ, ଶେଷ ହୋଇଛି।

ତେଣୁ  ରାଜ୍ୟ ନିର୍ବାଚନ କମିଶନଙ୍କ ସୁପାରିସ ଅନୁଯାୟୀ, ରାଜ୍ୟ ସରକାର ତିନି ମହାନଗର ନିଗମର ସମସ୍ତ ୱାର୍ଡକୁ ମେୟର ଏବଂ କର୍ପୋରେଟର ଚୟନ କରିବା ପାଇଁ ଆହ୍ୱାନ କରିଛନ୍ତି, ଏବଂ ଭଦ୍ରକ ପୌରାଞ୍ଚଳର 4ନମ୍ବର ୱାର୍ଡ଼କୁ ବାଦ୍ ଦେଇ ଉକ୍ତ ପୌରାଞ୍ଚଳର ସମସ୍ତ ୱାର୍ଡ଼ରେ ଅଧ୍ୟକ୍ଷ ଓ କାଉନସିଲର ନିର୍ବାଚନ କରାଯିବ।

Related Articles

Leave a Reply

Back to top button
error: Content is protected !!