ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ମଧ୍ୟରୁ 98 ପ୍ରତିଶତ ଓମିକ୍ରନ ଭାରିଆଣ୍ଟର
ଭୁବନେଶ୍ୱର: ଓଡ଼ିଶାରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ 98 ପ୍ରତିଶତ ଓମିକ୍ରନ ଭାରିଆଣ୍ଟର ବୋଲି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସସ୍ (ଆଇଏଲ୍ଏସ୍) କହିଛି । ଆଇଏଲ୍ଏସ ଗୁରୁବାର ସିକ୍ୱେନ୍ସିଂ ରିପୋର୍ଟ ପ୍ରକାଶ କରିଛି। ସଦ୍ୟତମ ରିପୋର୍ଟରୁ ଜଣାପଡିଛି ଯେ ଜାନୁଆରୀ 27 ରୁ ଫେବୃଆରୀ 4 ମଧ୍ୟରେ 241 ନମୁନାର ରିପୋର୍ଟରୁ 235ଟି ନମୁନାରୁ ଓମିକ୍ରନ ଚିହ୍ନଟ ହୋଇଥିବାବେଳେ 6ଟି ନମୁନାରେ ଡେଲଟା ଭାରିଆଣ୍ଟ ମିଳିଛି। ପୂର୍ବରୁ ଡେଲାଟା ଭାରିଆଣ୍ଟ ଅଧିକ ସଂକ୍ରମିତ ଥିଲେ।
ଅନୁଗୋଳ ଜିଲ୍ଲାର 14ଟି ନମୁନା ମଧ୍ୟରେ 13ଟି ଓମିକ୍ରନ୍ BA.2 ଭାରିଆଣ୍ଟଟ ରହିିଛି । ସେହିଭଳି କଟକର 30ଟି ନମୁନାରୁ 27ଟି ଓମିକ୍ରନ, ଖୋର୍ଦ୍ଧା ଜିଲ୍ଲାର 49 ଟି ନମୁନା ମଧ୍ୟରୁ 44ଟି ଓମିକ୍ରନ ରହିଛି । ଗଜପତିରୁ 16ଟି ନମୁନାରୁ 11ଟି ଓମିକ୍ରନ ଭାରିଆଣ୍ଟ ଥିବାବେଳେ ଗଞ୍ଜାମର 47ଟି ନମୁନାରୁ 46ଟି, ଜଗତସିଂହପୁରରେ 12ଟି ନମୁନାରୁ 9ଟି ଓମିକ୍ରନ୍ ରହିଛି। ସେହିପରି ଯାଜପୁର 8, କଳାହାଣ୍ଡି 5, କେନ୍ଦ୍ରାପଡା 12, ମୟୂରଭଞ୍ଜ 17, ନବରଙ୍ଗପୁର 16, ସୁନ୍ଦରଗଡ 3 ଏବଂ ରାୟଗଡା ଜଣେ ଚିହ୍ନଟ ହୋଇଥିଲେ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ଧର କହିଛନ୍ତି, “ଯଦିଓ ସମଗ୍ର ଦେଶରେ କୋଭିଡ ସଂକ୍ରମଣ ଖସୁଛି ହେଲେ ରାଜ୍ୟରେ ଓମିକ୍ରନ ସଂକ୍ରମଣ ପ୍ରାୟ 60% ଚିହ୍ନଟ ହୋଇଛି। BA.1 ତୁଳନାରେ BA.2 ଭାରିଆଣ୍ଟ ଅଧିକ ରହିଛି ।
ଉଲ୍ଲେଖଯୋଗ୍ୟ, ଡେଲଟା ତୁଳନାରେ ଓମିକ୍ରନ ଭାରିଆଣ୍ଟ ଅଧିକ ସଂକ୍ରାମକ । ଭାରତରେ ଓମିକ୍ରନ ଯୋଗୁଁ ତୃତୀୟ ଲହର ଆସିଛି । ଯଦିଓ ଏହା ଧିମା ପଡିଛି କିନ୍ତୁ ଏବେ ବି ସମସ୍ତଙ୍କୁ ସତର୍କ ରହିବାକୁ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।