ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲା କଂଗ୍ରେସ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ରାଜ୍ୟ କଂଗ୍ରେସ । ଦଳ ଅଭିଯୋଗ କରିଛି ଯେ ରାଜ୍ୟ ନିର୍ବାଚନ କମିଶନ ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲେ। କିନ୍ତୁ ଏହା ପଞ୍ଚାୟତରାଜ ପାଇଁ ଏକ କଳଙ୍କିତ ଦିବସ। ଏହାର ମୁଖ୍ୟ ଖଳନାୟକ ରାଜ୍ୟ ସରକାର ଓ ତାଙ୍କ ସଖି କଣ୍ଢେଇ ହୋଇଥିବା ନିର୍ବାଚନ କମିଶନ।
ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦିଆଯାଇଛି। ଆଦିବାସୀ ହରିଜନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି। ନିର୍ବାଚନ କମିଶନ ତାଙ୍କର ନିରପେକ୍ଷତା ବଜାୟ ରଖନ୍ତୁ। ରାଜ୍ୟ ସରକାରଙ୍କ ହାତ ବାରିସି ନହୁଅନ୍ତୁ। ସୁପ୍ରିମକୋର୍ଟକୁ କେନ୍ଦ୍ର ସରକାର ଯାଇଛନ୍ତି। ଓବିସିଙ୍କୁ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ନକରିବାକୁ ନେଇ ସୁପ୍ରିମ କୋର୍ଟ ୧୭ ତାରିଖରେ ରାୟ ଶୁଣାଇବେ। ତାକୁ ଅପେକ୍ଷା କରିବାର ଥିଲା। ଗତକାଲି ସର୍ବଦଳୀୟ ବୈଠକ ଥିଲା। କେବଳ ଶାସକ ବିଜେଡିକୁ ଛାଡି ସବୁ ଦଳ ନିର୍ବାଚନକୁ ବିରୋଧ କରିଥିଲେ। ୫୪ ଭାଗ ଓବିସିଙ୍କୁ ଖାଲ କୁ ଠେଲି ଦେଇ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିଦେଲେ। ପଂଚାୟତ ନିର୍ବାଚନକୁ ନେଇ ଏତେ ତରବର କାହିଁକି। ବୋଧ ହୁଏ ଭୋଟ୍ ପାଇଁ ଯେଉଁ ୧୫ ରୁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି ବୁଲିଲେ ତାହା କାଳେ ପାଣିରେ ପଡିଯିବ ଆଶଙ୍କା କରି ଏପରି ବାଣା ମାରିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ ।
ଅନ୍ୟପଟେ ବିଜେଡି କହିଛି, ଦଳ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି କୁ ସ୍ୱାଗତ କରୁଛି। ପୂର୍ବ ଅପେକ୍ଷା ବହୁତ ଭଲ ଫଳାଫଳ କରିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦଳର ଉପସଭାପତି ଅମର ପଟ୍ଟନାୟକ । ଅମର କହିଛନ୍ତି ଲୋକ ତାଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ । ବିଜେଡି ସବୁବେଳେ ଲୋକଙ୍କ ସହ ରହି ଆସିଛି। ନିର୍ବାଚନ କମିଶନ ଯେଉଁ କୋଭିଡ ଗାଇଡ଼ ଲାଇନ ଜାରି କରିଛନ୍ତି ସେଥିରେ ଆମେ ସହଯୋଗ କରିବୁ । ଘର ଘର ବୁଲି ପ୍ରଚାର କରିବୁ । ମୁଖ୍ୟମନ୍ତ୍ରୀ ସବୁବେଳେ କହି ଆସିଛନ୍ତି ଲୋକଙ୍କୁ ପାଖକୁ ଯିବା ପାଇଁ । କୋଭିଡ କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ପୂର୍ବରୁ ଲୋକ ମାନଙ୍କୁ ଦିଆଯାଇ ଥିବା ସହାୟତା ରାଶିକୁ ନେଇ ବିରୋଧୀ ଦଳ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଭୁଲ ଆମେ ଜନ ସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏହା କରିଛନ୍ତି। ଏହାକୁ ବିରୋଧ କରିବା ଠିକ ମନୋଭାବ ନୁହେଁ। ମାର୍ଚ୍ଚ ଆଗରୁ ନିର୍ବାଚନ କରିବା ସାମ୍ବାଧାନୀକ ବାଧ୍ୟବାଧକତା । ଯିଏ ଲୋକଙ୍କ ପାଖରେ ଅଛି ତାକୁ ଲୋକ ସମର୍ଥନ କରିବେ। ଆମେ ଦୃଢ଼ ଆଶାବାଦୀ ଦଳ ବହୁତ ଭଲ ପ୍ରଦର୍ଶନ କରିବ ।
୨୦୧୭ ତୁଳନାରେ ଦଳ ଏଥର ବହୁତ ଭଲ ପ୍ରଦର୍ଶନ କରିବ। କାରଣ ଏଥର ଆମେ ଘରେ ଘରେ ପହଞ୍ଚିଛୁ । କେବଳ ଭୁବନେଶ୍ୱରରେ ବସି ସାମ୍ବାଦିକ ସମ୍ମିଳନୀ ନକରି ଯିଏ ଲୋକଙ୍କ ପାଖରେ ପହଁଛିଛି ଲୋକେ ତାକୁ ଗ୍ରହଣ କରିବେ।