?????

କମୁଛି ଖାଇବା ତେଲର ଦାମ, ଆଗକୁ 3-4 ଟଙ୍କା ହ୍ରାସ ପାଇବ

ନୂଆଦିଲ୍ଲୀ: ନିକଟରେ ତେଲ ଦର ହୁ ହୁ ହୋଇ ବଢିଥିଲା। କିନ୍ତୁ ସରକାର ଆମଦାନୀ ମୂଲ୍ୟ 8-10 ଟଙ୍କା ହ୍ରାସ କରିବା ପରେ ଦର କମିଥିଲା । ଏହା ପରେ ପରେ ତେଲର କଞ୍ଚାମାଲ ବା ତୈଳ ବୀଜ ମୂଲ୍ୟର ଦାମ କମିବାରେ ଲାଗିଛି । ତେଣୁ ଆସନ୍ତା ମାସରେ ଲିଟର ପିଛା 3-4 ଟଙ୍କା ହ୍ରାସ ହୋଇପାରେ। ଯାହାକି ମହଙ୍ଗା ମାଡ ବେଳେ ଖାଉଟିଙ୍କୁ ଆଶ୍ୱସ୍ତି ଦେବ। ସେହିପରି ଦେଶରେ ଚଳିତ ଥର ପୂର୍ବ ତୁଳନାରେ 30 ପ୍ରତିଶତ ଅଧିକ ସୋରିଷ ଚାଷ ହୋଇଛି । ତେଣୁ ଆଗାମୀ ଦିନରେ ତେଲ ଦାମ ନିୟନ୍ତ୍ରଣରେ ରହିବ ବୋଲି କୁହାଯାଉଛି।

ତେଲ ଶିଳ୍ପ ସଂଘ ସୋଲ୍‌ଭେଣ୍ଟ୍ ଏକ୍ସଟ୍ରାକ୍ଟର ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏସ୍‌ଇଏ)ର ସଭାପତି ଅତୁଲ ଚର୍ତୁବେଦୀ କହିଛନ୍ତି ଯେ ଖାଇବା ତେଲ ଗ୍ରାହକଙ୍କ ପାଇଁ ଗତ କିଛି ମାସ ଅଧିକ ଥିଲା । ଆନ୍ତର୍ଜାତିକ ବଜାରରେ ପାମ୍, ସୋୟା ଓ ସନ୍‌ଫ୍ଲାୱାର ଅଏଲ୍‌ ଦାମ୍ ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ପକେଟ ମାଡ଼ ହୋଇଥିଲା । ଏହାପରେ ଦୀପାବଳି ପୂର୍ବରୁ ସଂଘ ପକ୍ଷରୁ ଏହାର ସଦସ୍ୟମାନଙ୍କୁ ଦାମ କମାଇବାକୁ ନିବେଦନ କରାଯାଇଥିଲା। ଏହି ସମୟରେ ସରକାର ମଧ୍ୟ ଆମଦାନି ଟିକସ ହ୍ରାସ କରିଥିଲେ। ଏହାର ପ୍ରଭାବରେ ଖାଇବା ତେଲ ଦାମ୍‌ରେ 8-10 ଟଂକା ହ୍ରାସ ପାଇଥିଲା ବୋଲି ଚତୁର୍ବେଦୀ କହିଛନ୍ତି।

ସେହିପରି ଚଳିତ ବର୍ଷ 120 ଲକ୍ଷ ଟନ୍ ସୋୟାବିନ୍, 80 ଲକ୍ଷ ଟନରୁ ଅଧିକ ବାଦାମ ଆଦି ଚାଷ ହୋଇଛି । ତେଣୁ ଦେଲ ଦର ଆଗାମୀ ଦିନରେ ନିୟନ୍ତ୍ରଣରେ ରହିବ ବୋଲି ସେ କହିଛନ୍ତି । ସେହିପରି ସୋରିଷ ଚାଷ 77.62 ହେକ୍ଟର ଜମିରେ ଚାଷ ହୋଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ 30 ପ୍ରତିଶତରୁ ଅଧିକ ରହିଛି ।

Related Articles

Leave a Reply

Back to top button
error: Content is protected !!