?????

ଆଠ ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା ଦେଲା ବିଜେପି

ଝାରସୁଗୁଡା: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ ବଢିବାରେ ଲାଗିଛି। ଦୀପାବଳିରେ ମମିତାଙ୍କ ପାଇଁ ଦୀପଟିଏ ଜାଳିବା ପାଇଁ ରାଜ୍ୟ ବିଜେପି ଡାକରା ଦେଇଥିବା ବେଳେ ୬ ତାରିଖରେ ବିଜେପି ଝାରସୁଗୁଡା ବନ୍ଦ ଡାକରା ଦେଇଛି। ୬ ତାରିଖରେ ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ବନ୍ଦ ଡାକରା ଦିଆଯାଇଛି।

ମମତି ମେହେର ହତ୍ୟା ଘଟଣାରେ ହତ୍ୟାକାରୀ ଗୋବିନ୍ଦ ସାହୁ। ତାଙ୍କର ମନ୍ତ୍ରୀ ମିଶ୍ରଙ୍କ ସହିତ ଘନିଷ୍ଠତା ରହିଛି। ସ୍କୁଲ ଓ କଲେଜରେ ଚାଲିଥିବା ସେକ୍ଲ ସ୍କାଣ୍ଡାଲ ନେଇ ମନ୍ତ୍ରୀଙ୍କର ସଂପୃକ୍ତି ରହିଛି ବୋଲି ଦାବି ହେଉଛି। ଏହାର ସତ୍ୟତା କେବେ ପୁଲିସ ଆଣି ପାରିବ ନାହିଁ କାରଣ ମନ୍ତ୍ରୀ ମିଶ୍ରଙ୍କର ସଂପୃକ୍ତି ରହିଛି। ଏହାକୁ ଲୁଚାଇବାକୁ ଯାଇ ପୁଲିସ ନିରବ ରହିଛି ବୋଲି ବିଜେପି କହିଛି। ତେଣୁ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ବୋଲି ବିଜେପି ଦାବି କରିଛି।

ଏହି ଆଠ ଘଣ୍ଟିଆ ବନ୍ଦ ପାଳନ ବେଳେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିବ । କିନ୍ତୁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥା ଖୋଲା ରହିବ ବୋଲି ଝାରସୁଗୁଡା ବିଜେପି ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି।

Related Articles

Leave a Reply

Back to top button
error: Content is protected !!