?????

ଫିକା ପଡ଼ିବନି ଦୀପାବଳି, ହାଇକୋର୍ଟ ଦେଲେ ଖୁସି କରିବା ଭଳି ନିର୍ଦ୍ଦେଶ

କଟକ: କୋଭିଡ ପାଇଁ ଦଶହରା ଫିକା ପଡିଥିଲା ତେଣୁ ଦୀପାବଳି ବି ଫିକା ପଡିବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ହାଇକୋର୍ଟ ଚଳିତ ଥର ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ । କୋର୍ଟ କହିଛନ୍ତି ଯଦି ବାଣ କେହି ଫୁଟାଇବେ ତାହେଲେ ଏହା ପରିବେଶ ଅନୁକୂଳ ହୋଇଥିବା ଦରକାର। ଏହାର ଅର୍ଥ ଇଂରାଜୀରେ ଗ୍ରୀନ କ୍ରାକର (ପରିବେଶ ଅନୁକୂଳ ବାଣ))। ଏହି ବାଣ କିନ୍ତୁ କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେଲୋ) ଅନୁମତିପ୍ରାପ୍ତ ହୋଇଥିବା ଦରକାର । ବାଣ ଫୁଟାଇବାର ସମୟ ରାତି 8 ଟାରୁ ରାତି 10 ଟା ମଧ୍ୟରେ ରହିଛି ।

ତେବେ ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟର ବାଣ ବ୍ୟବସାୟୀଙ୍କୁ ସୁହାଇଛି । କରୋନା ପାଇଁ ରାଜ୍ୟ ସରକାର ବିଗତ ଦୁଇ ବର୍ଷ ହେବ ବାଣ ଫୁଟାଇବା ଉପରେ କଟକଣା ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବାଣ ବ୍ୟବସାୟୀ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଗତ ଶୁକ୍ରବାର ଏହାର ଶୁଣାଣି କରି ଏସଆରସିଙ୍କୁ ବାଣ ଫୁଟାଇବା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ତିଆରି କରିବାକୁ କହିଥିଲେ । ଏଥିସହ ସୋମବାର ସୁଦ୍ଧା କୋର୍ଟଙ୍କୁ ଜଣାଇବାକୁ କହିଥିଲେ । ଏହାପରେ ଆଜି ରାଜ୍ୟ ସରକାର କହିଥିଲେ ଗ୍ରୀନ କ୍ରାକର ଫୁଟାଇଲେ କୌଣସି ଅସୁବିଧା ନାହିଁ। ଏହା ପରିବେଶ ପାଇଁ ସେତେ କ୍ଷତିକାରକ ନୁହେଁ।

ଗୋଟିଏ ସାଧାରଣ ବାଣ ପ୍ରାୟ 160 ଡେସିବେଲ ଶବ୍ଦ ଉତ୍ପନ୍ନ କରୁଥିବାବେଳେ ଗ୍ରୀନ କ୍ରାକର 110ରୁ 125 ଡେସିବେଲ୍ ଶବ୍ଦ ଉତ୍ପନ୍ନ କରିଥାଏ ।

Related Articles

Leave a Reply

Back to top button
error: Content is protected !!