?????

ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଟିକାକୁ ଏକ୍ସପୋର୍ଟ କମିଟି ଦେଲା ଅନୁମତି

ଭୁବନେଶ୍ୱର: ଜାୟଡସ କାଡିଲା ପରେ ଛୋଟ ପିଲାଙ୍କୁ କରୋନା ବିରୋଧରେ ଟିକାକରଣ ପାଇଁ କୋଭାକ୍ସିନକୁ ଅନୁମତି ମିଳିଛି। ମଙ୍ଗଳବାର ୨ ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ବା ପାନେ ଦେବାକୁ ସବଜେକ୍ଟ ଏକ୍ସପର୍ଟ ପ୍ୟାନେଲ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏବେ କେନ୍ଦ୍ର ସରକାରଙ୍କ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ଅନୁମତିକୁ ଅପେକ୍ଷା ରହିଛି । ଡିସିଜିଆଇ ଅନୁମତି ପାଇବା ପରେ ଟିକା କେବେ ଦିଆଯିବ ଛୋଟ ଛୁଆଙ୍କୁ ତାହା ଆପାତଃତ ଜଣାପଡିଯିବ ।

ଏହାକୁ ନେଇ ସୋଆର କମ୍ୟୁନିଟି ମେଡ଼ିସିନ ମୁଖ୍ୟ ପ୍ରଫେସର (ଡା) ଇ. ଭେଙ୍କଟ ରାଓ କହିଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ କୋଭାକ୍ସିନ ଯେଭଳି କାମ ଦେଉଥିଲା ୨-୧୮ ବର୍ଷର ପିଲାଙ୍କ ପାଇଁ ସମାନ (୭୭.୮%) କାମ ଦେବ। ପ୍ରଥମ ପର୍ଯ୍ୟାୟରେ ଏହା ସୁରକ୍ଷିତ ବୋଲି ଜଣାଥିଲା। ତୃତୀୟ ପର୍ଯ୍ୟାୟରେ ଏହାର କ୍ଷମତା ପ୍ରମାଣିତ ହୋଇଛି। ତେଣୁ ସବଜେକ୍ଟ ଏକ୍ସପୋର୍ଟ କମିଟି (ଏସଇସି) ଅନୁମୋଦନ ଦେଇଛି।
WHOବି ଏହାକୁ ଖୁବ ଶୀଘ୍ର ଅନୁମୋଦନ ଦେବ ବୋଲି ସମ୍ଭାବନା ରହିଛି।

ତେବେ ଟିକା ନେଲେ ବି ଲୋକେ କୋଭିଡ ଅନୁରୂପ ବ୍ୟବହାର ଅନୁସରଣ କରନ୍ତୁ। ଇସ୍ରାଇଲରେ ଲୋକେ ଟିକା ପରେ ଟିକା ନେଇ ଚାଲିଥିଲେ ବି ଚତୁର୍ଥ ଲହର ଚାଲିଛି ବୋଲି ସେ କହିଛନ୍ତି ।

Related Articles

Leave a Reply

Back to top button
error: Content is protected !!