?????

ବନ୍ଦ ହେଲା ‘ଆଶୀର୍ବାଦ’ ଯୋଜନା

ଭୁବନେଶ୍ୱର:  କୋଭିଡର ଶିକାର ହୋଇ ଅନେକ ପିଲା ବାପା, ମାଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ସହାୟତା କରିବା ପାଇଁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା କରିଥିଲେ। ଏବେ ଏହି ଯୋଜନାକୁ ବନ୍ଦ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଗତ ତିନି ମାସ ତଳେ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ଆରମ୍ଭ କରିଥିଲେ। ତିନିମାସ ତଳେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ବନ୍ଦ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେପ୍ଟେମ୍ବର 15ରୁ ଏହା ଲାଗୁ ହେବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ଯୋଜନାରେ ଯୋଗ୍ୟ ଶିଶୁ ତଥା ସେମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ମାସିକ ଆର୍ଥିକ ସହାୟତା ଏବଂ ଅନ୍ୟାନ୍ୟ ସମ୍ମିଳିତ ସହାୟତା ରହିଛି। ଏପ୍ରିଲ 1, 2020ରେ କିମ୍ବା ପରେ ଯେଉଁମାନେ କୋଭିଡରେ ବାପା, ମାଙ୍କୁ ହରାଇଥିବେ ସେମାନେ ଏହି ଯୋଜନାରେ ସାମିଲ ହେଉଥିଲେ।

ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓସିପିସିଆର) ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନା ବନ୍ଦ ହେବା ପଛରେ ଆର୍ଥିକ ସମସ୍ୟା ହୋଇଥାଇପାରେ। ସେ କହିଛନ୍ତି, “ଏହା ରାଜ୍ୟ ସରକାରଙ୍କ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଥିଲା। ଆର୍ଥିକ ସଙ୍କଟ ଯୋଗୁଁ ସରକାର ବନ୍ଦ କରିଥାଇ ପାରନ୍ତି।”

ସେହିପରି ମହିଳା, ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ଆଶୀର୍ବାଦ ଯୋଜନାରେ ଏପର୍ଯ୍ୟନ୍ତ ଅନେକ ହିତାଧିକାରୀ ଉପକୃତ ହୋଇଛନ୍ତି। ରାଜ୍ୟରେ ତୃତୀୟ ଲହରର କୌଣସି ପ୍ରଭାବ ପ୍ରଭାବ ନାହିଁ। ଯଦି ତୃତୀୟ ଲହର ଅଧିକ ପ୍ରଭାବ ଦେଖାଇବ ତେବେ ଆମେ ନିଶ୍ଚିତ ଭାବରେ ଏହି ଯୋଜନାକୁ ଲାଗୁ କରିବାକୁ ବିଚାର କରିବୁ।

Related Articles

Leave a Reply

Back to top button
error: Content is protected !!