?????

ସହିଦ ଉମାକାନ୍ତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଲଇକେରା: ସହିଦ ଉମାକାନ୍ତ ନାଏକଙ୍କ ପ୍ରତିମୂର୍ତ୍ତି ମଙ୍ଗଳବାର ଉନ୍ମୋଚିତ ହୋଇଯାଇଛି। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ରାମଛିପିଡିହି ଗାଁର ଏହି ବୀର ପୁଅ 2010 ମସିହା ଏପ୍ରିଲ 4ରେ କୋରାପୁଟର ବୈପାରୀଗୁଡ଼ାଠାରେ ଲ୍ୟାଣ୍ଡମାଇନ୍‌ସ ବିସ୍ଫୋରଣରେ  ସହିଦ ହୋଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଥର ପ୍ରତିମୂର୍ତ୍ତି ରାମଛିପିଡ଼ିହି ଗାଁ ମୁଣ୍ଡରେ ସ୍ଥାପନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସହିଦଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଆଉ କିଛି ଦିନ ପରେ ସହିଦଙ୍କ ପ୍ରତିମୂର୍ତ୍ତି ଉପରେ ଛାଉଣି କରାଯିବ। ବହୁତ ଦିନ ଧରି ସହିଦଙ୍କ ବାପା, ମା ଦାବି କରିଥିଲେ। ଆଜି ଏହା ପୂରଣ ହୋଇଛି। ଏହି ପ୍ରତିମୂର୍ତ୍ତି ଗୋଟିଏ ବାର୍ତ୍ତା ଦେବ ଯେ ଆମେ ବି ସୁସ୍ଥ ସମାଜ ଗଢିବାରେ କି ଯୋଗଦାନ କରିପାରିବା।

ବୀର ପୁଅଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ ହେବା ବେଳେ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଅବସରରେ ସହିଦଙ୍କ ବାପା ପ୍ରଫୁଲ୍ଲ ନାଏକ ଓ ମା’ ସ୍ନେହଲତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ସରୋଜ ସାମଲଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଏବଂ ରାଜୀନିତକ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Related Articles

Leave a Reply

Back to top button
error: Content is protected !!