ଘୁଞ୍ଚିଲା ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳାଫଳ, ଆଜି ବାହାରିବାର ଥିଲା
ନୂଆଦିଲ୍ଲୀ: ଜୁଲାଇ 20 ସୁଦ୍ଧା ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିବ ବୋଲି ପୂର୍ବରୁ ସୂଚନା ରହିିଥିଲା। ଏବେ କିନ୍ତୁ ଏହି ପ୍ରକ୍ରିୟାରରେ ବିଳମ୍ୱ ହୋଇଛି। ଦଶମ ପରୀକ୍ଷା ଫଳାଫଳ ଆଉ କିଛି ଦିନ ପରେ ଘୋଷଣା ହେବ ବୋଲି ସିବିଏସ୍ଇ ବୋର୍ଡ ସ୍ପଷ୍ଟ କରିଛି। ହେଲେ ଜୁଲାଇ 31 ସୁଦ୍ଧା ସିବିଏସଇ ଦ୍ୱାଦଶ ବୋର୍ଡ ଶ୍ରେଣୀର ଫଳାଫଳ ପ୍ରକାଶ କରିବ। ଯଦି ଦ୍ୱାଦଶ ବୋର୍ଡ ଫଳାଫଳରେ ବିଳମ୍ବ ହେବ ତେବେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଆଡମିଶନରେ ଆହୁରି ବିଳମ୍ବ ହୋଇପାରେ।
1 ଅକ୍ଟୋବର 2021ରୁ ନୂଆ ବ୍ୟଚ ଆରମ୍ଭ କରିବାକୁ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଲକ୍ଷ୍ୟ ରଖିଛନ୍ତି। ଯଦି ସିବିଏସ୍ଇ ବୋର୍ଡ ଏବଂ ଅନ୍ୟାନ୍ୟ ରାଜ୍ୟ ବୋର୍ଡ ଦ୍ୱାଦଶ ଫଳାଫଳ ଜୁଲାଇ 31 ପୂର୍ବରୁ ଘୋଷଣା କରିବାରେ ସଫଳ ହେବେ। ତେବେ ସିବିଏସଇ ଜୁଲାଇ 31 ସୁଦ୍ଧା ପରୀକ୍ଷା ଫଳାଫଳ ଘୋଷଣା କରିବ ବୋଲି କହିଥିବାରୁ ନୂଆ ବ୍ୟାଚ୍ ପାଇଁ ଆଡମିଶନ ପ୍ରକ୍ରିୟା ଆରମ୍ଭ କରିବାକୁ ୟୁଜିସି ସଚିବ ରଜନୀଶ ଜୈନ ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନକୁ ଗତ ସପ୍ତାହରେ ନିର୍ଦ୍ଦେଶ ଦେଇଛନ୍ତି।
ଦଶମ ଫଳାଫଳ ଉପରେ ସିବିଏସ୍ଇ କଣ୍ଟ୍ରୋଲର୍ ଅଫ୍ ଡିରେକ୍ଟର ସାନିଆମ୍ ଭରଦ୍ୱାଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଦ୍ୟାଳୟଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ବୋର୍ଡ ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ଫଳାଫଳ ନିଶ୍ଚିତ କରିବାକୁ ତଥ୍ୟ ସଂଗ୍ରହ କରୁଛି। ଡକ୍ଟର ସାନିଆମ୍ ଭରଦ୍ୱାଜ କହିଛନ୍ତି ଯେ ଜୁଲାଇ 20ରେ ସିବିଏସ୍ଇ ଦଶମ ଶ୍ରେଣୀ ଫଳାଫଳ ଘୋଷଣା କରିବ ନାହିଁ। ବିଦ୍ୟାଳୟଗୁଡ଼ିକ ସହିତ ବୋର୍ଡ ତଥ୍ୟ ସଂଗ୍ରହ ପାଇଁ ଦିନରାତି ଏବେ କାମ କରୁଛି।