?????

ଝାରସୁଗୁଡା ସମେତ 5 ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିବ

ଝାରସୁଗୁଡା: ଆବଶ୍ୟକ ମୁତାବିକ ଟିକା ଯୋଗାଇବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ତେଣୁ ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ଟିକାକରଣ ବନ୍ଦ ହେଉଛି। କେନ୍ଦ୍ର ସରକାର ଟିକାକରଣରେ କୋଭିଶିଲ୍ଡକୁ ମୁଖ୍ୟ ଭାବରେ ଲୋକଙ୍କୁ ଦେଉଛନ୍ତି। ହେଲେ ଏବେ ଏହି ଟିକାର ଘୋର ଅଭାବ ରହିଥିବା ଦେଖିବାକୁ ମିଳିଛି। ତେଣୁ ଆଜି ଝାରସୁଗୁଡା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ।

ଜୁନ୍ 21ରୁ କେନ୍ଦ୍ର ସରକାର 18ରୁ ସମସ୍ତ ବର୍ଗର ଲୋକଙ୍କୁ ମାଗଣାରେ ଟିକାକରଣ କରାଉଛନ୍ତି। ଏପରି ସ୍ଥିତିରେ ଟିକାର ଅଭାବ ରହିବ ନାହିଁ ବୋଲି ସରକାର କହିଥିଲେ। ହେଲେ ଜୁନ 21ର ପୂର୍ବ ସ୍ଥିତିରେ ସେମିତି କିଛି ପରିବର୍ତ୍ତନ ଆସିନଥିବା ଦେଖିବାକୁ ମିିଳିଛି। ଜୁନ୍ 21 ପରେ କିଛି ଦିନ ରାଜ୍ୟରେ ଦୈନିକ 3 ଲକ୍ଷ ଟିକାକରଣ ହୋଇଥିଲା। ଏହାପରେ ଜୁଲାଇ 5ରେ 4 ଲକ୍ଷରୁ ଅଧିକ ଟିକା ଗୋଟିଏ ଦିନରେ ଦିଆଯାଇ ରେକର୍ଡ କରିଛି ଓଡ଼ିଶା। କିନ୍ତୁ ରେକର୍ଡ ପରେ ଦୈନିକ ଟିକାକରଣ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି।

ଏବେ କେନ୍ଦ୍ର ପାଖରୁ ପରବର୍ତ୍ତୀ ଟିକା ଓଡ଼ିଶା ଆସନ୍ତା 15ରେ ପାଇବ ବୋଲି ଜଣାପଡ଼ିଛି। ଏହାପରେ ଟିକାକରଣ ସ୍ୱାଭାବିକ ହେବ ବୋଲି ସମ୍ଭାବନା ରହିଛି। ଚଳିତ ମାସରେ କେନ୍ଦ୍ର ଓଡ଼ିଶାକୁ 25 ଲକ୍ଷ ଟିକା ଦେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜୁଲାଇ ଆରମ୍ଭରେ କହିଥିଲା। ରାଜ୍ୟରେ ଏ ପର୍ଯ୍ୟନ୍ତ 1କୋଟି 31ଲକ୍ଷ 79ହଜାର 304 ଡୋଜ୍ ଟିକା ଦିଆଯାଇଛି। ଏଥିରେ ପ୍ରଥମ ଡୋଜ୍ ସଂଖ୍ୟା 1 କୋଟି ଟପିଛି। ରାଜ୍ୟରେ ଏବେ 1ଲକ୍ଷ 9ହଜାର 590 ଡୋଜ୍ କୋଭିସିଲ୍‌ଡ ଓ 2 ଲକ୍ଷ 54 ହଜାର 30 ଡୋଜ୍ କୋଭାକ୍ସିନ୍ ଟିକା ମହଜୁଦ ରହିଛି।

Related Articles

Leave a Reply

Back to top button
error: Content is protected !!