?????

ବିରୋଧୀ ଦଳର ଉପନେତା, ନେତା ଏମ୍ସରେ

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ହେଲେ ଶରୀର ଗୁରୁତର ହୋଇପାରେ ବୋଲି ସମ୍ଭାବନାକୁ ଦେଖି ତାଙ୍କୁ ରାଜଧାନୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।

ଏମ୍ସ ଭୁବନେଶ୍ୱରର ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଏବେ ଶ୍ରୀଯୁକ୍ତ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ଏକ ପ୍ରାଇଭେଟ କ୍ୟାବିନରେ ତାଙ୍କୁ ରଖାଯାଇଛି। ବିଷ୍ଣୁ ହେଉଛନ୍ତି ଭଦ୍ରକ ଚାନ୍ଦବାଲିର ବିଜେପି ବିଧାୟକ।

ସୂଚନାଯୋଗ୍ୟ, ଏମ୍ସରେ ଏବେ ବି ଚିକିତ୍ସାଧୀନ ରହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଇକ୍। କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହେବା ପରେ ପ୍ରଦୀପ୍ତ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି। ସେ ଭେଣ୍ଟିଲେଟରରେ ଥିଲେ। ଏବେ କିନ୍ତୁ 15 ଦିନ ହେବ ଜେନେରାଲ ଓ୍ୱାର୍ଡରେ ରହିଛନ୍ତି। ଚଲାବୁଲା କରିବା ସହିତ ଫୋନରେ ପରିବାର ଲୋକଙ୍କ ସହ ମଧ୍ୟ କଥା ହେଉଛନ୍ତି। ଏବେ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ରହିଛି। ହେଲେ ପୋଷ୍ଟ କୋଭିଡରେ ଶରୀର ଅସୁସ୍ଥ ହେବାର ସମ୍ଭାବନାକୁ ଆଖି ଆଗରେ ରଖି ତାଙ୍କୁ ହସ୍ପିଟାଲରେ ରଖାଯାଇଛି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଛଡାହେବ ବୋଲି ଏମ୍ସ ପକ୍ଷରୁ ସୂଚନା ମିଳିଛି।

Related Articles

Leave a Reply

Back to top button
error: Content is protected !!