?????

୬,୨୮,୯୯୩ କୋଟି ଟଙ୍କାର ରିଲିଫ୍‍ ପ୍ୟାକେଜ୍‍ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଦେଶରେ କୋଭିଡ଼ ୧୯ ବୈଶ୍ୱିକ ମହାମାରୀର ଦ୍ୱିତୀୟ ଲହର ପ୍ରଭାବିତ ବିବିଧ କ୍ଷେତ୍ରମାନଙ୍କ ସକାଶେ ଅନେକ ଗୁଡ଼ିଏ ରିଲିଫ୍‍ ବ୍ୟବସ୍ଥା ଘୋଷଣା କରିଛନ୍ତି । ଘୋଷଣା କରାଯାଇଥିବା ଏହି ରିହାତି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଲା ଆପାତକାଳୀନ କାର୍ଯ୍ୟନୁଷ୍ଠାନ ନିମନ୍ତେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଦାସର୍ବଦା ପ୍ରସ୍ତୁତ ରଖିବା ଏବଂ ଦେଶରେ ଆର୍ଥିକ ବିକାଶ ଓ କର୍ମନିଯୁକ୍ତିକୁ ପ୍ରୋତ୍ସାହନ ଯୋଗାଣ ।

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକକୁର, ଅର୍ଥ ସଚିବ ଡକ୍ଟର ଟି ଭି ସୋମନାଥନ୍‍, ଡିଏଫଏଓ ସଚିବ ଶ୍ରୀ ଦେବାଶୀଷ ପଣ୍ଡା ଏବଂ ରାଜସ୍ୱ ସଚିବ ଶ୍ରୀ ତରୁଣ ବଜାଜ ପ୍ରମୁଖ ଏହି ରିଲିଫ୍‍ ପ୍ୟାକେଜ୍‍ ଘୋଷଣା ବେଳେ ଉପସ୍ଥିତ ଥିଲେ ।

ଏହି ରିଲିଫ ପ୍ୟାକେଜରେ ୧୭ଟି ବିଭାଗ ପାଇଁ ମୋଟ ୬,୨୮,୯୯୩ କୋଟି ଟଙ୍କା ଘୋଷଣା କରାଯାଇଛି । ସେଥି ମଧ୍ୟରୁ ଦୁଇଟି ବ୍ୟବସ୍ଥା ପୂର୍ବରୁ ଘୋଷଣା କରାଯାଇଥିଲା । ସେଗୁଡ଼ିକ ହେଲା – ଡିଏପି ଏବଂ ପି ଆଣ୍ଡ କେ ସାର ପାଇଁ ଅତିରିକ୍ତ ସବସିଡ଼ି ଘୋଷଣା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧି ୨୦୨୧ ମସିହା ମେ ଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ ।

ଘୋଷଣା କରାଯାଇଥିବା ବ୍ୟବସ୍ଥାଗୁଡ଼ିକରେ ଏହି ସବୁ ସୁବିଧା ରହିଛି

  • କୋଭିଡ଼ ପ୍ରଭାବିତ କ୍ଷେତ୍ରମାନଙ୍କ ନିମନ୍ତେ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା
  • ଅତିରିକ୍ତ ୧.୫ ଲକ୍ଷ କୋଟି ଟଙ୍କାର ଜରୁରୀ କ୍ରେଡ଼ିଟ୍‍ ଲାଇନ୍‍ ଗ୍ୟାରେଣ୍ଟି ଯୋଜନା
  • ୨୫ ଲକ୍ଷ ଲୋକଙ୍କୁ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ (ଏମଏଫଆଇ) ମାନଙ୍କ ଜରିଆରେ ଋଣ ଗ୍ୟାରେଣ୍ଟି ଯୋଜନାର ସୁବିଧା ପ୍ରଦାନ
  • ୧୧,୦୦୦ରୁ ଅଧିକ ପଞ୍ଜୀକୃତ ପର୍ଯ୍ୟଟକ/ ଗାଇଡ଼/ ପର୍ଯ୍ୟଟନ ଏବଂ ପର୍ଯ୍ୟଟକ ହିତଧାରକଙ୍କ ଆର୍ଥିକ ସହାୟତା ପ୍ରଦାନ
  • ପ୍ରଥମ ପାଞ୍ଚ ଲକ୍ଷ ପର୍ଯ୍ୟଟକଙ୍କ ନିମନ୍ତେ ଏକମାସିଆ ମାଗଣା ପର୍ଯ୍ୟଟକ ଭିସା
  • ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଅବଧି ବୃଦ୍ଧି
  • ଡିଏପି ଏବଂ ପି ଆଣ୍ଡ କେ ସାର ନିମନ୍ତେ ୧୪,୭୭୫ କୋଟି ଟଙ୍କାର ଅତିରିକ୍ତ ସବସିଡ଼ି ପ୍ରଦାନ
  • ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧି ବୃଦ୍ଧି – ୨୦୨୧ ମେ ଠାରୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଖାଦ୍ୟାନ୍ନ ଯୋଗାଣ ବ୍ୟବସ୍ଥା
  • ୨୩,୨୨୦ କୋଟିରୁ ଅଧିକ ଟଙ୍କା  ଜନସ୍ୱାସ୍ଥ୍ୟ ପାଇଁ ପ୍ରଦାନ ଯେଉଁଥିରେ ଶିଶୁଯତ୍ନ ଓ ଶିଶୁମାନଙ୍କ ଚିକିତ୍ସା ଶଯ୍ୟା ବୃଦ୍ଧି ପାଇଁ ବ୍ୟୟ କରାଯିବ
  • ୨୧ କିଷମର ଜୈବ-ସୁରକ୍ଷିତ ଶସ୍ୟ ଯାହା ପୁଷ୍ଟି, ଜଳବାୟୁ ସହନଶୀଳ ଏବଂ ଅନ୍ୟାନ୍ୟ ବିଷୟକ ଫସଲ ଯାହା ରାଷ୍ଟ୍ରକୁ ସମର୍ପିତ କରାଯିବ ।
  • ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ବିପଣନ ନିଗମ (ଏନଇଆରଏଏମଏସି)ର ପୁନର୍ବିନ୍ୟାସ ଏବଂ ଏଥିପାଇଁ ୭୭.୪୫ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା
  • ଜାତୀୟ ରପ୍ତାନୀ ବୀମା ଆକାଉଣ୍ଟ (ନେତା) ମାଧ୍ୟମରେ ରପ୍ତାନୀ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ୩୩,୦୦୦ କୋଟି ଟଙ୍କାର ପ୍ୟାକେଜ୍‍
  • ରପ୍ତାନୀ ବୀମା ସୁରକ୍ଷା ବୃଦ୍ଧି ନିମନ୍ତେ ୮୮,୦୦୦ କୋଟି ଟଙ୍କା
  • ପିପିପି ମଡେଲରେ ଭାରତନେଟ୍‍ ମାଧ୍ୟମରେ ପ୍ରତ୍ୟେକ ଗ୍ରାମକୁ ମାଗଣାରେ ବ୍ରଡ୍‍ ବ୍ୟାଣ୍ଡ ଯୋଗାଣ ନିମନ୍ତେ ୧୯,୦୪୧ କୋଟି ଟଙ୍କା ପ୍ରଦାନ
  • ପିଏଲଆଇ ଯୋଜନାର ଅବଧି ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି ଯାହାକି ବୃହଦାକାର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ପ୍ରଯୁଜ୍ୟ
  • ସଂସ୍କାର ଭିତ୍ତିକ ଓ ଫଳପ୍ରସୂ ଶକ୍ତି ଆବଣ୍ଟନ ଯୋଜନା ନିମନ୍ତେ ୩.୦୩ ଲକ୍ଷ କୋଟି ଟଙ୍କା ମଞ୍ଜୁରୀ
  • ପିପିଇ ପ୍ରକଳ୍ପ ଓ ପୁଞ୍ଜି ମୌଦ୍ରିକରଣ ସକାଶେ ନୂତନ ଶୃଙ୍ଖଳିତ ପଦ୍ଧତି ଅନୁସରଣ

Related Articles

Leave a Reply

Back to top button
error: Content is protected !!