?????

ମହାନଦୀ ଜଳ ବିବାଦ ମାମଲା, ଓକିଲ ଫିସ ବାବଦରେ ସରକାର ଖର୍ଚ୍ଚ କଲେଣି 4 କୋଟି

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲା ଟ୍ରିବ୍ୟୁନାଲରେ ଲଢ଼ିବା ପାଇଁ ରାଜ୍ୟ ସରକାର ଓକିଲ ଫିସ ବାବଦରେ 4 କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି। 18.6.21 ରେ ସୂଚନା ଅଧିକାର ଆଇନ ରେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟ ସରକାର ମହାନଦୀ ଜଳ ବିବାଦ ମାମଲା ଟ୍ରିବ୍ୟୁନାଲ ରେ ଲଢ଼ିବା ପାଇଁ ଓକିଲଙ୍କ ଫିସ ବାବଦରେ ଗତ ତିନି ବର୍ଷ ମଧ୍ୟରେ 4 କୋଟି ଟଙ୍କା ଖର୍ଚ୍ଚ କରିନ୍ତି।

ସୁପ୍ରିମକୋର୍ଟର ବରିଷ୍ଠ ଓକିସଲ ମୁକୁଲ ରୋହତଗିଙ୍କ ଫିସ ବାବଦକୁ 1,14,50,000 ଟଙ୍କା ନେଇଥିଲାବେଳେ ଆଡଭୋକେଟ ମୋହନ ଭି.କଟରକି ଫିସ ବାବଦକୁ 1,80,90,000 ଟଙ୍କା ନେଇଛନ୍ତି। ଅନ୍ୟ ଆଇନଜୀବୀ ମାନେ ଯଥା ତାପସ କୁମାର ପ୍ରହରାଜ, ରଣଭିର ସିଂ, ଶେଖର ନାଫଜଡେ , ରାକେଶ ଦ୍ୱିବେଦୀ , ଅଗ୍ରଓ୍ୱାଲ ଲ ହାଉସ ପ୍ରମୁଖ ଟଙ୍କା ନେଇଛନ୍ତି । ମାମଲା କିନ୍ତୁ ଏବେବି ଚାଲିଛି। ଆହୁରି ଅର୍ଥ ଖର୍ଚ୍ଚ ହେବ। କିନ୍ତୁ ଫଳ କଣ ମିଳିବ, ତାହା ଭବିଷ୍ୟତ କହିବ।

2016 ମସିହାର ଯେତେବେଳେ ନଗଡା ଶିଶୁ ମୃତ୍ୟୁ କୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା, ଠିକ ସେତିକି ବେଳେ ହଠାତ ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସରକାର ବିରୁଦ୍ଧରେ ଯୁଦ୍ଧଂ ଦେହିଁ ଡାକରା ଦେଲେ। ଛତିଶଗଡ଼ ସରକାର ବେଆଇନ ଭାବେ ମନଇଚ୍ଛା ମହାନଦୀ ଉପରେ ଅନେକ ବନ୍ଧ ନିର୍ମାଣ ଯୋଗୁଁ ଓଡ଼ିଶାରେ ମହାନଦୀ ଶୁଖି ଯାଉଛି ବୋଲି ଅଭିଯୋଗ କରାଗଲା। ତେଣୁ ଛତିଶଗଡ଼ ସରକାର ତୁରନ୍ତ ବନ୍ଧ ନିର୍ମାଣ ବନ୍ଦ କରିବା ଦାବି କରି ବିଜେଡି ଦଳ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଦପ୍ତର ସମ୍ମୁଖରେ ଧାରଣା ଦେଲେ। ରାଜ୍ୟପାଳ ଙ୍କୁ ଦାବି ପତ୍ର ପ୍ରଦାନ ଠାରୁ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ନିଆଗଲା । ରାଜ୍ୟବ୍ୟାପୀ ବିତର୍କ ଚାଲିଲା । ଏହା ସମୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ବୌଠକ ( tripartite meeting) ଡାକିଲେ ।

ଓଡିଶା, ଛତିଶଗଡ଼କୁ ପକ୍ଷ ରଖିବା ପାଇଁ କୁହାଗଲା । ଏହି ବୈଠକରେ ଓଡ଼ିଶାର କଣ ମତ ରହିବ , ସେଥିପାଇଁ ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ବିବାଦର ସମାଧନ ପାଇଁ ରାଜ୍ୟବାସୀ ଙ୍କ ମତାମତ ଆହ୍ୱାନ କଲେ । ଶହ ଶହ ବୁଦ୍ଧିଜୀବୀ, ସମାଜସେବୀ , ଲେଖକ , ସାହିତ୍ୟିକ, ବିଭିନ୍ନ ସଂଗଠନ ମୁଖ୍ୟମନ୍ତ୍ରୀ ଙ୍କୁ ବ୍ୟକ୍ତିଗତ ଭେଟି ସେମାନଙ୍କ ମତାମତ ଦେଇଥିଲେ । ତ୍ରିପାକ୍ଷିକ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଯେତେବେଳେ ଦିଲ୍ଲୀଗଲେ , ବିଜେଡି ତରଫରୁ 10,000 ଲୋକଙ୍କୁ ଏକଜୁଟ କରି ବହୁ ଆଡମ୍ବରରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ଏୟାରପୋର୍ଟରେ ବିଦାୟ ଦିଆଗଲା । ଫଳ ହେଲା ଶୁନ । ବୌଠକ ରେ କିଛି ନିର୍ଯାସ ବାହାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଓଡିଶା ଫେରିଲେ ।

ଏଠାରେ ସୂଚନାଯୋଗ୍ୟ, ଏହାର କିଛି ମାସ ପରେ ସୂଚନା ଆଇନ ବଳରେ ଜଳ ସମ୍ପଦ ବିଭାଗ କୁ ଯେତେ ସବୁ ମତାମତ ଦିଆଯାଇଥିଲା , ତାହାକୁ କିପରି ରାଜ୍ୟ ସରକାର ବ୍ୟବହାର କଲେ ,କେଉଁ ମତାମତ ଗ୍ରହଣ କଲେ, ଏ ସମ୍ପର୍କରେ ତଥ୍ୟ ମଗାଯାଇଥିଲା । ଉତ୍ତର ମିଳିଲା ଏଭଳି କୌଣସି ତଥ୍ୟ ଉପଲବଧ ନାହିଁ। ଅର୍ଥାତ ଏହି ସବୁ ମତାମତ କୁ ସରକାର କିଛି ବ୍ୟବହାର କରି ନାହାନ୍ତି।

Related Articles

Leave a Reply

Back to top button
error: Content is protected !!