?????

ନକଲି ଔଷଧ ଜବତ

ଝାରସୁଗୁଡା: ରବିବାର ଜିଲ୍ଲାର ଡ୍ରଗ୍ସ ଇନସପେକ୍ଟର ଦୁଇଟି ଔଷଧ ଦୋକାନରୁ ନକଲି ଔଷଧ ଜବତ କରିଛନ୍ତି। ଜବତ ହୋଇଥିିବା ଔଷଧ ମାକ୍ସ ରିଲିଫ୍ ହେଲଥ କେୟାରର। ଯାହାକି ନକଲି ଔଷଧ କମ୍ପାନୀ। ଏହି ଔଷଧ ଗୁଡ଼ିକ କଟକରୁ ଆସିଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏବେ ନକଲି ଔଷଧ ବ୍ୟବସାୟୀଙ୍କୁ ଧରିବା ପାଇଁ ପୁଲିସ ଏବଂ ଡ୍ରଗ୍ସ ଅଧିକାରୀଙ୍କୁ ନେଇ ଏକ ସ୍କାର୍ଡ ଗଠନ କରିଛନ୍ତି। ଏମାନେ ରାଜ୍ୟରେ ବିଭିନ୍ନ ଔଷଧ ଦୋକାନରେ ଯାଞ୍ଚ କରୁଛନ୍ତି। ନିକଟରେ କଟକ ପରେ ରାଉରକେଲାରୁ ନକଲି ଔଷଧ ଜବତ ହୋଇଥିଲା।

ଜିଲ୍ଲା ଡ୍ରଗ୍ସ ଅଧିକାରୀ ଅମିତ ମେଡିକାଲ ଏଜେନ୍ସ ନାମକ ଦୋକାନରେ ଚଢ଼ାଉ କରିଥିଲେ। ଏହି ସମୟରେ ତଦନ୍ତକାରୀ ଟିମ୍ ଅମିତ ମେଡିକାଲ ଏଜେନ୍ସି ପାଖରୁ ଦୁଇଟି ନକିଲ ଟାବଲେଟ ଷ୍ଟ୍ପିପ ଜବତ କରିଛନ୍ତି। ଗୋଟିଏ ହେଉଛି ମେଡି ଟିବିଆର (46 ଷ୍ଟ୍ରିପ) ଏବଂ ଟିଆରଇଏଟି 200 ଏସପି( 33ଟି ଷ୍ଟ୍ରିପ)। ଏବେ ଏହି ଜବତ ଔଷଧର ମାନ ପରୀକ୍ଷା କରିବାକୁ ଭୁବନେଶ୍ୱରର ଏକ ଲାବୋରଟେରୀକୁ ପଠାଯାଇଥିବା ସୂଚନା ରହିଛି।

ଡ୍ରଗ୍ସ ଅଧିକାରୀ ଜ୍ୟୋତି ରଞ୍ଜନ ପଣ୍ଡା କହିଛନ୍ତି, କଟକରୁ ନକଲି ଔଷଧ କାରବାର ହେଉଥିବା ନେଇ ଜଣାପଡ଼ିବା ପରେ ଝାରସୁୁଗୁଡା ଲିଙ୍କ ସାମ୍ନାକୁ ଆସିଥିଲା। ଏହାପରେ ସେମାନେ ରେଡ୍ କରିଥିଲେ। ବିଭିନ୍ନ ଔଷଧ ଦୋକାନରେ ମଧ୍ୟ ଏହି ଅଧିକାରୀ ଚଢ଼ାଉ କରିଛନ୍ତି ବୋଲି କହିଛନ୍ତି। ହେଲେ ନକଲି ଔଷଧ ବାବଦରେ କୌଣସି ସୂଚନା ମିଳି ନାହିଁ ବୋଲି ସେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!