କରୋନାରେ ଆଖି ବୁଜିଲେ ଆଉ ଜଣେ ସାମ୍ୱାଦିକ

0
136

ଅନୁଗୋଳ: କରୋନାରେ ଆଖି ବୁଜିଛନ୍ତି ଯୁବ ସମ୍ୱାଦିକ। ଯେଉଁ ବୟସରେ ସେ ଲୋକଙ୍କ ଖବର ପ୍ରସାରଣ କରି ଲୋକଲୋଚନକୁ ଆସୁଥିଲେ ଏବେ ସେହି ବୟସରେ କରୋନାରେ ଆଖି ବୁଜିଛନ୍ତି। ମୃତ ସାମ୍ୱାଦିକଙ୍କ ନାଁ ହେଉଛି ରଘୁନାଥ ସାହୁ। ସେ ଜି ଓଡ଼ିଶାର ଅନୁଗୋଳ ପ୍ରତିନିଧି ଥିଲେ। ଏହି 29 ବର୍ଷୀୟ ଯୁବ ସାମ୍ୱାଦିକଙ୍କ ବିୟୋଗରେ ଅନୁଗୋଳ ଜିଲ୍ଲାର ସାମ୍ୱାଦିକ ସଂଘ ଶୋକ ପ୍ରକାଶ କରିଛି।

29 ବର୍ଷୀୟ ଏହି ଯୁବ ସାମ୍ୱାଦିକ କରୋନାରେ ସଂକ୍ରମିତ ହେବା ପରେ ଅନୁଗୋଳର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା। ପରେ ସେ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିବଂଗତ ସାମ୍ୱାଦିକ ରଘୁନାଥ ସାହୁ ଅନୁଗୋଳ ଜିଲ୍ଲାର ଜଣେ ଲୋକପ୍ରିୟ ଚେହେରା ଥିଲେ।

ସୂଚନାଯୋଗ୍ୟ, ରଘୁନାଥଙ୍କୁ ମିଶାଇଲେ ଗତ ବର୍ଷ ପାଖରୁ ଏଯାବତ ଓଡ଼ିଶାରେ 30ରୁ ଅଧିକ ସାମ୍ୱାଦିକ କରୋନାରେ ଆଖି ବୁଜିଛନ୍ତି।