?????

ଦୁଇ ଜିଲ୍ଲାରେ ବାତ୍ୟାର ପ୍ରଭାବ, ତିନି ଜିଲ୍ଲା ସୁରକ୍ଷିତ

ଭୁବନେଶ୍ୱର: ଅତୀ ଭୀଷଣ ବାତ୍ୟାରେ ପରିଣତ ହୋଇଥିବା ବାତ୍ୟା ୟାସ୍‌ ଆଜି ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା। ଏହି ବାତ୍ୟା ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗାରେ ଲ୍ୟାଣ୍ଡଫଲ୍‌ କରିଥିଲା। ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ ୪ ଘଣ୍ଟା ଧରି ଚାଲିଥିଲା।  ଏହି ସମୟରେ ପବନ ୧୩୦ରୁ ୧୫୦କିମି ଥିଲା। ଏହି ବାତ୍ୟାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି। ଏବେ ବାଲେଶ୍ୱର ଏବଂ ଭଦ୍ରକର ଅଧିକାଂଶ ଗାଁ ଏହି ବାତ୍ୟାରେ ପ୍ରଭାବିତ ହୋଇଥିବା ସୂଚନା ରହିଛି।

ମୃତକଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଏବଂ କେନ୍ଦୁଝରର ବୋଲି ଜଣାପଡ଼ିଛି। ଏବେ ବାତ୍ୟା ‘ୟାସ’ ଝାଡ଼ଖଣ୍ଡ ଅଭିମୁଖେ ମୁହାଁଇଥିବା ସୂଚନା ରହିଛି। ଏସଆରସି କହିଛନ୍ତି ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଶେଷ କ୍ଷତି ହୋଇନି। ଏହି ତିନି ଜିଲ୍ଲା କିନ୍ତୁ ପାଣିପାଗ ବିଭାଗ ଦ୍ୱାରା ଜାରି ହୋଇଥିବା ରେଡ୍ ଜୋନରେ ଥିଲେ। ରାସ୍ତା ଘାଟରେ ଗଛ ପଡିଯାଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି। ହେଲେ କୌଣସି ସ୍ଥାନରେ ମୋବାଇଲ୍ ସେବା ପ୍ରଭାବିତ ହୋଇନଥିବା ସୂଚନା ରହିଛି।

Related Articles

Leave a Reply

Back to top button
error: Content is protected !!