?????
ହାଇକୋର୍ଟ ସଟଡାଉନ୍
କଟକ: ଓଡିଶା ହାଇକୋର୍ଟରେ କରୋନା। କିଛି ବିଚାରପତି ଏବଂ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ମେ 20ରୁ 27 ତାରିଖ ଯାଏ ହାଇକୋର୍ଟକୁ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରିଛନ୍ତି। ତେବେ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବିଷୟ ପାଇଁ ରେଜିଷ୍ଟ୍ରର ଜୁଡିସିଆଲ କୋର୍ଟରେ ଆପିଲ କରିବାକୁ କୁହା ଯାଇଛି। ଆଉ 28 ତାରିଖ ସ୍ୱାଭାବିକ ଭାବରେ କୋର୍ଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ହାଇକୋର୍ଟ ପକ୍ଷରୁ କୁହାଯାଇଛି ଯେ, ହାଇକୋର୍ଟ ବନ୍ଦ ଥିବା ସମୟରେ ଜରୁରୀ ମାମଲାଗୁଡ଼ିକ ରେଜିଷ୍ଟ୍ରାର୍ (ଜୁଡିସିଆଲ୍) ଏବଂ ଡେପୁଟି ରେଜିଷ୍ଟ୍ରାର୍ (ଜୁଡିସିଆଲ୍) ଙ୍କ ପୂର୍ବ କାର୍ଯ୍ୟ ଦିବସରେ ଉଲ୍ଲେଖ କରାଯାଇପାରିବ। ମେ 20 ରୁ 27 ମଧ୍ୟରେ, କେବଳ ଅତ୍ୟନ୍ତ ଜରୁରୀ ବିଷୟ ଯାହା ତାଲିକା ପାଇଁ ମେ 31 ପର୍ଯ୍ୟନ୍ତ ଅପେକ୍ଷା କରିପାରିବ ନାହିଁ, ଇମେଲ୍ ଯୋଗେ ରେଜିଷ୍ଟ୍ରାର୍ (ଜୁଡିସିଆଲ୍)ଙ୍କ ନିକଟରେ ଉଲ୍ଲେଖ କରାଯାଇପାରିବ।