କରୋନା ଆଗରେ କାଟୁ କଲାନି ଦବଙ୍ଗ ଖାନଙ୍କ ବକ୍ସ ଅଫିସ ‘ଦାଦାଗିରି’

ମୁମ୍ୱାଇ: ବଲିଉଡର ଦବାଙ୍ଗ ଖାନ ମାନେ ସଲମାନ ଖାନ। ଇଦ୍ ଅବସରରେ ନିଜ ଫ୍ୟାନଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବିକ ବହୁ ପ୍ରତିକ୍ଷୀତ ଫିଲ୍ନ ରାଧେକୁ ରିଲିଜ କରିଛନ୍ତି। ଲକଡାଉନ୍ ଶଟଡାଉନ୍ ପାଇଁ ଏହି ଫିଲ୍ନ ଓଟିଟିରେ ରିଲିଜ ହୋଇଛି। ତେବେ ନିଜର ପୂର୍ବ ରେକର୍ଡ ଭାଙ୍ଗି ରେକର୍ଡ କରିବାରେ ମାହିର ଥିବା ଏହି ଦବଙ୍ଗ କିନ୍ତୁ 2019ରେ ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ‘ଭରତ’ ଫିଲ୍ମ ତୁଳନାରେ କମ୍ ବକ୍ସ ଅଫିସ କଲେକ୍ସନ ରହିଛି। ଏହାର କାରଣ କରୋନା ଭାଇରସ ବୋଲି ଜଣାପଡିଛି।
ବକ୍ସ ଅଫିସ୍ ଇଣ୍ଡିଆ ଡଟ୍ କମ୍ ଅନୁଯାୟୀ ଅଷ୍ଟ୍ରେଲିଆରୁ ଏହି ଫିଲ୍ମ 60 ରୁ 70 ହଜାର ଆୟ କରିଛି। ଯାହାକି ଫିଲ୍ମର ପ୍ରାରମ୍ଭିକ ରୋଜଗାର। ଏଥି ସହିତ, ରିପୋର୍ଟରେ କୁହାଯାଇଛି ଯେ ଗତ ଇଦରେ ମୁକ୍ତିଲାଭ କରିଥିବା ସଲମାନଙ୍କ ଫିଲ୍ମ ‘ଭାରତ’ ଏହାର ପ୍ରଥମ ଦିନରେ 1 ଲକ୍ଷ 10 ହଜାର ରୋଜଗାର କରିଥିଲା। କିନ୍ତୁ ରାଧେ ଏପର୍ଯ୍ୟନ୍ତ ଏହି ରେକର୍ଡଗୁଡିକ ଭାଙ୍ଗି ନାହିଁ, ଏହାର କାରଣ କରୋନା କୁହାଯାଉଛି।
2019ରେ ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗ ରିଲିଜ ହୋଇଥିଲା। ଆଉ ପ୍ରଥମ ଦିନରେ 3-4 ମିଲିୟନ ଡଲାର ଆୟ କରିଥିବାବେଳେ ‘ଭାରତ’ ସେହି ବର୍ଷ ଇଦ୍ରେ 6.25 ମିଲିୟନ ଡଲାର ରୋଜଗାର କରି ସମସ୍ତ ରେକର୍ଡକୁ ଭାଙ୍ଗିଥିଲା।
ତେବେ ଅନଲାଇନ୍ ପ୍ଲାଟଫର୍ମରେ ରିଲିଜ୍ ହେବା ମାତ୍ରେ ରାଧେ ଜି ଫାଇଭର ସର୍ଭର କ୍ରାସ୍ ହୋଇଥିଲା। ହେଲେ ଏହାର ପ୍ରଭାବ ବକ୍ସ ଅଫିସରେ ପଡ଼ିନଥିବା ଦେଖିବାକୁ ମିିଳିଛି।