?????

ଆଇଭରମେକଟିନ ଔଷଧ ନେଇ WHOର କଡ଼ା ଚେତାବନୀ

ନୂଆଦିଲ୍ଲୀ: ନିକଟରେ ଗୋଆ ସରକାର ଆଇଭରମେକଟିନ (Ivermectin) ଔଷଧକୁ ନିଜ ରାଜ୍ୟର ଲୋକଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି। କିଛି ବୈଜ୍ଞାନିକ ଏହି ଆଇଭରମେକଟିନ ଔଷଧ କରୋନା ଲଢ଼େଇରେ ପ୍ରମୁଖ ଅସ୍ତ୍ର ହୋଇପାରିବ ବୋଲି କହିଥିଲା। ଏହାପରେ ଏହି ଔଷଧକୁ ନେଇ ଭାରତବର୍ଷର ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଏହାକୁ ଦେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି। କହିଛି ବିନା ଟ୍ରାଏଲରେ ବ୍ୟବହାର କରନ୍ତୁ ନାହିଁ ଆଇଭରମେକଟିନ ଔଷଧ। କୌଣସି ନୂଆ ରୋଗ ଉପରେ ପୁରୁଣା ଔଷଧକୁ ମନଇଚ୍ଛା ବ୍ୟବହାର କରିବା ଠିକ୍ ହେବନି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କଡା କଟକଣା ଜାରି କରି ଲୋକଙ୍କୁ ସତର୍କ କରାଇଛି। WHOର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମିନାଥନ ଏନେଇ ଟ୍ଵିଟ୍‌ କରି ସଚେତନ କରିବା ସହିତ କ୍ଲିନିକାଲ ଟ୍ରାଏଲ ବିନା ଏହାର ବ୍ୟବହାର ନକରିବାକୁ ସେ ମନା କରିଛନ୍ତି। କ୍ଲିନିକାଲ ଟ୍ରାଏଲ ବିନା ଏହାର ବ୍ୟବହାର କରିବା ଉଚିତ୍‌ ନୁହେଁ । ଏପରିକି ଆଇଭରମେକଟିନର ନିର୍ମାତା କମ୍ପାନି ‘ମର୍କ ଏଣ୍ଡ କୋ’ ମଧ୍ୟ ସମାନ କଥା କହିଥିବା ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି ଡାକ୍ତର ସୌମ୍ୟା ସ୍ୱାମିନାଥନ।

ଏହାର ପ୍ରୟୋଗ କରୋନା ଉପରେ କରିବା ଦ୍ୱାରା କୌଣସି ସୁଫଳ ସଙ୍କେତ ମିଳିନଥିବା କମ୍ପାନୀ କହିଛି। ଗତ ମାସ କେନ୍ଦ୍ର ସରକାରଙ୍କ ସଂଶୋଧିତ ଗାଇଡଲାଇନ୍‌ରେ ଆଇଭରମେକଟିନ ବ୍ୟବହାର କରିବାକୁ ଇଙ୍ଗିତ ଦିଆଯାଇଥିଲା । ସାମାନ୍ୟ କରୋନାରେ ଆକ୍ରାନ୍ତ ହେଲେ ଜ୍ୱର କମାଇବାକୁ ଏହାର ପ୍ରୟୋଗ କରାଯାଇପାରିବ ବୋଲି ଇଙ୍ଗିତ ଦେଇଥିଲେ। କିନ୍ତୁ ଏଯାଏଁ ଏହି ଔଷଧ କରୋନା ବିରୋଧରେ ଫଳପ୍ରଦ କି ନୁହେଁ, ତା’ହା ଜଣାପଡ଼ିନି।

ଏହାର କ୍ଲିନିକାଲ ଟ୍ରାଏଲ ଚାଲିଥିବା କମ୍ପାନୀ କହିଛି। ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଇଭେରମେକଟିନ ବିରୋଧରେ ମତ ଦେଇଛି। ମାର୍ଚ୍ଚ ମାସରେ ଆଇଭେରମେକଟିନ୍ କୌଣସି ପ୍ରକାରରେ କରୋନା ମୃତ୍ୟୁହାର କିମ୍ବା ହସ୍ପିଟାଲ ଚିକିତ୍ସା ଅବଧିକୁ ହ୍ରାସ କରିପାରୁ ନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା।

Related Articles

Leave a Reply

Back to top button
error: Content is protected !!