ସବୁଦିନ ପାଇଁ ଝାରସୁଗୁଡା ହରାଇଲା ଜଣେ ଟାଣୁଆ ନେତାଙ୍କୁ
ଝାରସୁଗୁଡା: ପରଲୋକରେ ଝାରସୁଗୁଡା ବ୍ରଜରାଜନଗର ବିଜୁ ଜନତା ଦଳର ବିଧାୟକ କିଶୋର ମହାନ୍ତି । ସଂଧ୍ୟାରେ ଏକ ସଭାରେ ଯୋଗ ଦେଇଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। କିନ୍ତୁ ସେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଝାରସୁଗୁଡାର ଏହି 64 ବର୍ଷୀୟ ବରିଷ୍ଠ ନେତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଗଣେଶୀ ଲାଲ ଏବଂ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ପଶ୍ଚିମ ଓଡ଼ିଶାର ଜଣେ ଭେଟେରାନ ନେତା ଭାବରେ ପରିଚିତ କିଶୋର ମହାନ୍ତି ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ତିନିଥର ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ 2019 ନିର୍ବାଚନରେ ସେ ବ୍ରଜରାଜନଗର ବିଧାନସଭା ଆସନରୁ ଜିତିଥିଲେ। 1990ରେ ସେ ପ୍ରଥମେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।
ଯଦିଓ ମହାନ୍ତି ପୂର୍ବରୁ ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ, କିନ୍ତୁ 2019 ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ନବା ଦାସ । ଏହାପରେ ନବ ଦାସଙ୍କ ପାଇଁ ସେ ଝାରସୁଗୁଡା ଆସନ ଛାଡିଥିଲେ ଏବଂ ନିଜେ ବ୍ରଜରାଜନଗର ଆସନରୁ ପ୍ରାର୍ଥୀ ହୋଇଥିଲେ। ବ୍ରଜରାଜନଗରରୁ କିଶୋର ମହାନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।