?????

ସହରରେ ବୁଲୁଥିବା ପ୍ରାଣୀଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

ଝାରସୁଗୁଡ଼ା:ସହରରେ ବୁଲୁଥିବା ପଶୁପକ୍ଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଟିମ୍ ସେଭର ସଦସ୍ୟମାନେ ମଙ୍ଗଳବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଝାରସୁଗୁଡ଼ା ସହରରେ ବୁଲୁଥିବା ପ୍ରାଣୀଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବା ଦରକାର । ବିଭିନ୍ନ ସମୟରେ ସହର ମଧ୍ୟରେ ଘଟୁଥିବା ଦୁର୍ଘଟଣା ପଛରେ ବୁଲା ପଶୁପକ୍ଷୀଙ୍କ ଯୋଗୁଁ ହେଉଛି। ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ସଦସ୍ୟମାନେ ଏପରି ପଶୁପକ୍ଷୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ରାସ୍ତାରେ ବୁଲୁଥିବା ପଶୁପକ୍ଷୀଙ୍କ ପାଇଁ କାଞ୍ଜି ଘର ତିଆରି କରିବା, ପଶୁମାନଙ୍କ ପାଇଁ ଏକ ମୋବାଇଲ ଆମ୍ବୁଲାନ୍ସ ଯୋଗାଇ ଦିଅନ୍ତୁ, ରାସ୍ତାରେ ଅବହେଳିତ ଅବସ୍ଥାରେ ପଶୁମାନଙ୍କୁ ଯେଉଁମାନେ ଛାଡ଼ି ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି। ଯେଉଁ ପଶୁମାନେ ଦୁର୍ଘଟଣାରେ ଆହତ ହୁଅନ୍ତି ସେମାନଙ୍କ ଚିକିତ୍ସା କରିବାକୁ ପଶୁ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି।

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ବେଳେ ବିନୟ ରଜକ, ଅଜିତ ମାଝୀ, ବାସୁଦେବ ପ୍ରଧାନ, ବୈକୁଣ୍ଠ ଧୁରୁଆ, ଅନୁପ ମହାରଣା, ଶୁଭମ୍ ବେହେରା, କାହ୍ନା କୁମାର, ସତ୍ୟମ କେଶରୀ, ଦଶରଥ ପ୍ରଧାନ, ସୁମିତ ଶୁକ୍ଳା, ବିକାଶ ଗୁରୁଙ୍ଗ, ଶ୍ରାବଣ ସାହୁ, ତ୍ରିଲୋଚନ ଦନସେନା, କୈଳାଶ ରୋହିଦାସ, ଗୋପାଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Back to top button
error: Content is protected !!