ବ୍ରଜରାଜନଗର ନିର୍ବାଚନ ଡ୍ୟୁଟି ବେଳେ ହୋଇଥିଲା ମୃତ୍ୟୁ, ପ୍ରଶାସନ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଦେଲା ସହାୟତା
ଝାରସୁଗୁଡ଼ା: ବ୍ରଜରାଜନଗର ଉପ-ନିର୍ବାଚନ ସମୟରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଉଭୟ ମୃତ ଅଧିକାରୀଙ୍କ ପରିବାରକୁ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ 15 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଏସପି ରାହୁଲ ଜୈନ ଏବଂ ଅନ୍ୟ ଜିଲ୍ଲା ଅଧିକାରୀଙ୍କ ଉପସ୍ଥିତିରେ 15 ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଯାଇଥିଲା। ଏହି ଚେକ୍ ସ୍ୱର୍ଗତ ହୋମଗାର୍ଡ ତ୍ରିଲୋଚନ ମହାନ୍ତିଙ୍କ ପତ୍ନୀ ଓ ଶିକ୍ଷକ ଦିଲ୍ଲୀପ କୁମାର ଖଡିଆଙ୍କ ପତ୍ନୀଙ୍କୁ ଜିଲ୍ଲା ପ୍ରଶାସନ ପ୍ରଦାନ କରିଛି।
ସୂଚନାଯୋଗ୍ୟ, ତାଳମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଥିଲେ ଦିଲ୍ଲୀପ କୁମାର ଖାଡିଆ । ବୁଥ୍ ନଂ-18 ପଳାଶଢିପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିର୍ବାଚନ ବେଳେ ଡ୍ୟୁଟି କରୁଥିବା ସମୟରେ ମୃତ୍ୟୁବରଣ କରିଥିଲେ। ସେହିପରି ଝାରସୁଗୁଡ଼ା ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ସ୍ୱର୍ଗତ ତ୍ରିଲୋଚନ ମହାନ୍ତି ବୁଥ୍ ନମ୍ବର 236ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ୟୁଟି କରୁଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ରାଜ୍ୟ ନିର୍ବାଚନ କମିସନରଙ୍କ ଅନୁମୋଦନ କ୍ରମେ ଏହି ଦୁଇ କର୍ମଚାରୀଙ୍କୁ ଅନୁକମ୍ପାମୂଳକ ସହାୟତା ବାବଦକୁ 15 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।