?????

ପଞ୍ଜଭୂତରେ ବିଲିନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ଝାରସୁଗୁଡା: ପଞ୍ଜଭୂତରେ ବିଲିନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ଶନିବାର ତାଙ୍କୁ ତାଙ୍କ ପୈତୃକ ଗାଁ ଝାରସୁଗୁଡା କିର୍ମିରା ବ୍ଲକର ାକୁରପଦା ଗାଁରେ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ରାଷ୍ଟ୍ରିୟ ମର୍ଯାଦାର ସହ ଶେଷ ସମ୍ମାନ ଦିଆଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି । ଶୁକ୍ରବାର ରାତିରେ ହେମାନନ୍ଦ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଏହାପରେ ଶନିବାର ସଂଧ୍ୟାରେ ହେମାନନ୍ଦଙ୍କ ମର ଶରୀର ଗାଁରେ ଆସି ପହଂଚିଥିଲା । ଏହି ସମୟରେ ବିଭିନ୍ନ ଛକମାନଙ୍କରେ ଲୋକେ ହେମାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଅନ୍ତିମ ସଂସ୍କାର ବେଳେ କଂଗ୍ରେସ ପ୍ରଭାରୀ ଚେଲା କୁମାର, ବରିଷ୍ଠ କଂଗ୍ରେସ ନେତା କିଶୋର ଚନ୍ଦ୍ର ପଟେଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ବିଧାୟକ କୁସୁମ ଟେଟେ, ରାଜଗାଙ୍ଗପୁର ବିଧାୟକ ଡକ୍ଚର ସି.ଏସ ରାଜିନ ଏକ୍କା, ଝାରସୁଗୁଡାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏବଂ ଏସଆଇ ବିକାଶ ଚନ୍ଦ୍ର ଦାଶ ।

କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି, ହେମାନନ୍ଦଙ୍କ ବିୟୋଗ କଂଗ୍ରେସ ପାଇଁ ବଡ କ୍ଷତି । ଗାନ୍ଧୀ ପରିବାର ତାଙ୍କୁ ସବୁବେଳେ ଗୁରୁତ୍ୱ ଦେଇଛି । କିନ୍ତୁ ରାଜ୍ୟ ସରକାର ରାଜ୍ୟର ପ୍ରଥମେ ଆଦବାସୀ ମୁଖ୍ୟମନ୍ତ୍ରୀଙ୍କୁ ଠିକ୍ ଭାବେ ଶେଷ ସମ୍ମାନ ନଦେବା ପରିତାପର ବିଷୟ । ଏହା ରାଜ୍ୟ ପାଇଁଁ ଅପମାନ । ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ।

ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ଏହା ସାରା ରାଜ୍ୟ ପାଇଁ ଦୁଃଖଦ ବିଷୟ । ସରକାର ତାଙ୍କୁ ସମ୍ମାନ ଜଣାଇଛନ୍ତି । ମୁଁ ମଧ୍ୟ ନିଜେ ଉପସ୍ଥିତ ରହିଛି । ମୁଁ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସମବେଦନା ଜଣାଉଛି ।

ବିଧାୟକ ରାଜନ ଏକ୍କା କହିଛନ୍ତି, ହେମାନନ୍ଦ ରାଜ୍ୟବାସୀଙ୍କୁ ସୁବୁବେଳେ ଗୁରୁତ୍ୱ ଦେଉଥିଲେ । ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ସାରା ରାଜ୍ୟ ପାଇଁ ଦୁଃଖଦ ବିଷୟ ।

ହେମାନନ୍ଦ ବିଶ୍ୱାଳ ୧୯୩୯ ମସିହା ଡିସେମ୍ବର ୧ ତାରିଖରେ ଓଡ଼ିଶାର ଠାକୁରପଡା ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ କରିଥିଲେ। ହେମାନନ୍ଦ ବିଶ୍ୱାଳ ୭ ଡିସେମ୍ବର ୧୯୮୯ରୁ 5 ମାର୍ଚ୍ଚ ୧୯୯୦, ଏବଂ ପୁଣି ୬ ଡିସେମ୍ବର ୧୯୯୯ ରୁ ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ସୁନ୍ଦରଗଡ଼ର ସାଂସଦ ମଧ୍ୟ ଥିଲେ। ବିଶ୍ୱାଳ ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିଲେ । ପରିବାର କହିଲେ ତାଙ୍କର ପତ୍ନୀ ଉର୍ମିଳା ବିଶ୍ୱାଳ ଓ ଚାରି ଝିଅ ସବିତା, ସଞ୍ଜୁକ୍ତା, ସୁନିତା ଓ ଅମିତା ରହିଛନ୍ତି।

Related Articles

Leave a Reply

Back to top button
error: Content is protected !!