?????

ବିନା ଛୁଞ୍ଚିରେ ଟୀକା ନେବେ ଶିଶୁ

ଭୁବନେଶ୍ୱର: 2 ବର୍ଷରୁ 18 ବର୍ଷର ଶିଶୁ କୋଭିଡ ଟିକା ଦିଆଯିବ । କିନ୍ତୁ ଟିକା ଦେବା ବେଳେ ବ୍ୟବହାର ହେବନି ଛୁ଼ଞ୍ଚି । ଡିସିଜିଆଇ ଅନୁମତି ଦେଇଥିବା ଯାଇପର ଡି ଟିକାକୁ ଏପରି ଦିଆଯିବ ବୋଲି ଜଣାପଡିଛି । ରାଜ୍ୟରେ 2ବର୍ଷ ରୁ 18ବର୍ଷ ମଧ୍ୟରେ 1କୋଟି 40 ଲକ୍ଷ ଶିଶୁ ଅଛନ୍ତି। ଯଦି ଏକା ସାଙ୍ଗେ ସମସ୍ତ ଶିଶୁଙ୍କୁ ଟୀକା ଦେବା ପାଇଁ ପ୍ରସ୍ତୁତି ହେବ ତାହେଲେ ଟୀକାକାରଣ କେନ୍ଦ୍ର ବଢ଼ାଇବାକୁ ହେବ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହା କହିଛନ୍ତି । ଯଦି ଏପରି ନିର୍ଦ୍ଦେଶ ଆସିବ ତାହେଲେ ନିର୍ଦ୍ଦେଶ ପାଳନ କରାଯିବ ବୋଲି ସେ କହିଛନ୍ତି।

ଯେହେତୁ ପିଲାମାନେ ଇଞ୍ଜେକ୍ସନକୁ ଟିକେ ଡରନ୍ତି ତେଣୁ ସେମାନଙ୍କୁ ଫର୍ମା ଡେପଥ ଟେକ୍ନୋଲୋଜି ମାଧ୍ୟମରେ ଟୀକା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଏସଓପି ଆସିବ। ଆଉ ସେଇ ଅନୁସାରେ ଆମେ ଟୀକାକରଣ କରିଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3 କୋଟି 50ଲକ୍ଷ ଡୋଜ ଟୀକା ଦିଆସରିଛି । 2କୋଟି 47ଲକ୍ଷ ପ୍ରଥମ ଡୋଜ 78% ଓ 1କୋଟି 3ଲକ୍ଷ ଦ୍ୱିତୀୟ ଡୋଜ 33% ଦିଆସାରିଛି। ଆଜି 1830ଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି। ବର୍ତ୍ତମାନ ରାଜ୍ୟରେ 24 ଲକ୍ଷ ଟୀକା ମହଜୁଦ ଅଛି ବୋଲି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!