?????

ଜୁଲାଇରେ ଦୈନିକ 1 କୋଟି ଟିକାକରଣ: ଆଇସିଏମଆର

ନୂଆଦିଲ୍ଲୀ: ଜୁଲାଇ 1 ତାରିଖ ବେଳକୁ କେନ୍ଦ୍ର ସରକାରଙ୍କ ଟିକାକରଣ ଫୁଲ ଦମରେ ପିକ୍ ଅପ ନେବ। ଆଜି ଆଇସିଏମଆର ପ୍ରେସ କନଫରେନସ କରି ଟିକାକରଣ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ବିସ୍ତାର କରିବା ବେଳେ ଏହା ଜଣାପଡ଼ିଛି। କୋରୋନାର ଦ୍ୱିତୀୟ ଲହର ବେଳେ ଟିକାକରଣ ଧିମା ଚାଲିଛି। ଏମିିତିକି ଟିକା ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଟିକା କେନ୍ଦ୍ରର ସଟର ବନ୍ଦ ରହିଛି।

ତେବେ ଜୁଲାଇ ବେଳକୁ ପର୍ଯ୍ୟାପ୍ତ ଟିକା ମିଳିଯିବ ବୋଲି ସରକାର ଆଶାବାଦୀ ରହିଛନ୍ତି। ଆଇସିଏମଆର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, କୋରୋନା ଭ୍ୟାକ୍ସିନର କୌଣସି ଅଭାବ ନାହିଁ । ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ଭାରତରେ ଦୈନିକ 1 କୋଟି ଲୋକଙ୍କ ଟୀକାକରଣ ପାଇଁ ପର୍ଯ୍ୟାପ୍ତ ଡୋଜ ଉପଲବ୍ଧ ହେବ। ଡିସେମ୍ବର ସୁଦ୍ଧା ଦେଶର ସମ୍ପୂର୍ଣ୍ଣ ଜନସଂଖ୍ୟାର ଟୀକାକରଣ ଶେଷ ହେବ ବୋଲି ଆଶ୍ବାସନା ଦେଇଛନ୍ତି ଭାର୍ଗବ।

ଦେଶରେ ଏପର୍ଯ୍ୟନ୍ତ 21.58 କୋଟିରୁ ଅଧିକ ଡୋଜ କୋଭିଡ ଟିକା ଦିଆଯାଇଛି।

Related Articles

Leave a Reply

Back to top button
error: Content is protected !!