Accident
ଚୌଦ୍ୱାର ଜେଲରେ ଗୋପାଳ ପଢୁଛି ଭାଗବତ
ଜେଏସଜିଲାଇଭ ବ୍ୟୁରୋ: ତଦନ୍ତ ବେଳେ କୋଣସି ପଶ୍ଚାତାପର ଇଙ୍ଗିତ ଦଉନଥିବା ଅଭିଯୁକ୍ତ ଗୋପାଳ ଦାସ ବୋଧହୁଏ ଭିତରେ ଭିତରେ ନିଜ କର୍ମ ପାଇଁ ଅନୁତପ୍ତ ବୋଲି ଜଣାପଡୁଛି l ଯେତେବେଳେ ଚୌଦ୍ବାର ସର୍କଲ ଜେଲ୍ର ୩ ନମ୍ବର ସେଲ୍ରେ ରହି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଏହି ଅଭିଯୁକ୍ତ ଭାଗବତ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ବହି ପଢିବାକୁ ମାଗୁଛି l
ଦେଶ ଦୁନିଆର ଖବର ଜାଣିବାକୁ ଏହି ବହିସ୍କୃତ ପୋଲିସ ଅଧିକାରୀ ବିଭିନ୍ନ ଖବର କାଗଜ ପଢୁଛି। କିନ୍ତୁ ଗୋପାଳ ରହୁଥିବା ସେଲ୍ରେ ଲାଗିଥିବା ଏଲଇଡି ଟିଭି କାମ କରୁନି । ତେଣୁ ଯଥାଶୀଘ୍ର ମରାମତି କରିଦେଲେ ଟିଭି ଦେଖିପାରନ୍ତା ବୋଲି ଜେଲ କତୃପକ୍ଷଙ୍କୁ ନିବେଦନ କରିଥିବା ସୂଚନା ରହିଛି l
ଆଉ ଅଭିଯୁକ୍ତର ମାନସିକ ସ୍ଥିତି ଭଲ ରୁହେନି ବୋଲି ଅଭିଯୋଗ ରହିଥିବାରୁ ଜେଲ ଅଧିକାରୀ ତୁରନ୍ତ ଟିଭି ମରାମତି କରିବା ପାଇଁ ଜେଲ୍ ନିଷ୍ପତ୍ତି ନେଇଥିବା ଜଣାପଡିଛି।