?????

ଖେରୁଆଲ ସେତୁ ପାର୍ଶ୍ୱରେ ହେବ ନବ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଝାରସୁଗୁଡ଼ା ବ୍ରଜରାଜନଗରରେ ରବିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ। ରବିବାର ଓଡ଼ିଶା ସରକାର ଏହି ଘୋଷଣା କରିଛନ୍ତି। ଜାନୁଆରୀ 29ରୁ 31 ଯାଏ 3 ଦିନ ସାରା ରାଜ୍ୟରେ ଶୋକ ପାଳନ ହେବ। ଏହି ସମୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ ବୋଲି କୁହାଯାଇଛି। ଏଥିସହ ରାଜଧାନୀରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ l

ମିଳିଥିବା ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରାର୍ଥିବ ଶରୀର ଭୁବନେଶ୍ୱରଠାରୁ ଝାରସୁଗୁଡା ନିଆଯିବ। ପରେ ସରବାହାଲ ସ୍ଥିତ ତାଙ୍କ ବାସଭବନକୁ ମର ଶରୀର ନିଆଯିବ। ପୂର୍ବାହ୍ନ 11ଟାରେ ନବଙ୍କ ମର ଶରୀର ବାସଭବନରେ ପହଞ୍ଚିବ ବୋଲି ସୂଚନା ରହିଛି। ଏଠାରେ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା ରହିଛି। ପରେ ଅନ୍ତିମ ଯାତ୍ରା ବେହେରମାଲରୁ ଆରମ୍ଭ ହୋଇ ସମ୍ବଲପୁର ଜିଲ୍ଲା ସୀମାନ୍ତ ଖେରୁଆଲ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏହି ସମୟରେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ବିଭିନ୍ନ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ସଚିବ ଏକ ପ୍ରେସ୍ ବିଜ୍ଞପ୍ତିରେ ଜାରି କରି ଏହି ସୂଚନା ଦେଇଛନ୍ତି।

Related Articles

Leave a Reply

Back to top button
error: Content is protected !!