?????
ସ୍ୱତନ୍ତ୍ର ହୀରାଖଣ୍ଡ ରାଜ୍ଯ ଗଠନ ଦାବି, ଦିଲ୍ଲୀରେ ପ୍ରତିବାଦ
ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ତେଜୁଥିବା ବେଳେ ଏବେ ସ୍ୱତନ୍ତ୍ର ହୀରାଖଣ୍ଡ ରାଏଜ୍ ବା ରାଜ୍ୟ ପାଇଁ ଦାବି ହୋଇଛି। ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରାଯିବାକୁ ଦାବି ହୋଇଛି। ଦିଲ୍ଲୀର ଯନ୍ତରମନ୍ତରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକ ଏ ନେଇ ଧାରଣା ଦେଇଛନ୍ତି। ଆନ୍ଦୋଳନକାରୀ କହିଛନ୍ତି, ସରକାର ଆମକୁ ଅଣଦେଖା କରୁଛନ୍ତି । ସମ୍ବଲପୁରୀ ଭାଷାକୁ ମାନ୍ୟତା ଦିଅନ୍ତୁ।
ଏ ନେଇ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି।